ସମବେଦନା ହେଉଛି ମାନବ ଜୀବନର ଏକ ମହାନ ଗୁଣ। ଅନ୍ୟର ଦୁଃଖକୁ ବୁଝିବା, ତାଙ୍କ ଯନ୍ତ୍ରଣାକୁ ଅନୁଭବ କରିବାଏବଂ ଅସୁବିଧା ସମୟରେ ତାଙ୍କ ପାଖରେ ଠିଆ ହେବା ହିଁ ସମବେଦନାର ପ୍ରକୃତ ଅର୍ଥ। ମଣିଷ ସମାଜରେ ଜନ୍ମ ନେଇଥାଏ, ସମାଜ ମଧ୍ୟରେ ବଢ଼ିଥାଏ ଏବଂ ସମାଜର ସହଯୋଗରେ ନିଜ ଜୀବନକୁ ଆଗକୁ ନେଇଥାଏ। ତେଣୁ ଅନ୍ୟର ସୁଖଦୁଃଖପ୍ରତି ସମ୍ବେଦନଶୀଳ ହେବା ଆମର ନୈତିକ କର୍ତ୍ତବ୍ୟ। ଆଜିର ଦ୍ରୁତଗତିର ଜୀବନରେ ମଣିଷ ନିଜର ସଫଳତା, ଧନସମ୍ପତ୍ତି ଓ ପ୍ରତିଷ୍ଠ ପଛରେ ଦୌଡ଼ୁଥିବା ବେଳେ ଅନେକ ସମୟରେ ଅନ୍ୟର ଦୁଃଖକୁ ଅଣଦେଖା କରିଦେଉଛି। କିନ୍ତୁପ୍ରକୃତ ସଫଳତା କେବଳ ନିଜର ଉନ୍ନତିରେ ନୁହେଁ, ବରଂ ଅନ୍ୟର ଜୀବନରେ ଆଶା, ଆନନ୍ଦ ଓ ଆତ୍ମବିଶ୍ୱାସ ସୃଷ୍ଟିକରିବାରେ ରହିଛି। ଜଣେ ଦୁଃଖୀ ମଣିଷକୁ ସାନ୍ତ୍ୱନାର ଦୁଇପଦ କଥା କହିବା ମଧ୍ୟ ତାଙ୍କ ଜୀବନରେ ନୂଆ ଆଶାରଆଲୋକ ଆଣିପାରେ।
ସମବେଦନା ଓ ସହାନୁଭୂତି ମଣିଷକୁ ମଣିଷ ସହିତ ଯୋଡ଼ିଥାଏ। ଆମ ଚାରିପାଖରେ ଅନେକ ଲୋକ ନିଜ ନିଜରସମସ୍ୟା ସହିତ ସଂଘର୍ଷ କରୁଛନ୍ତି। କେହି ଆର୍ଥିକ ଅଭାବରେ ପୀଡ଼ିତ, କେହି ପ୍ରିୟଜନଙ୍କୁ ହରାଇ ଶୋକରେଭାଙ୍ଗିପଡ଼ିଛନ୍ତି, ଆଉ କେହି ପାରିବାରିକ ସମସ୍ୟା କିମ୍ବା ମାନସିକ ଚାପରେ ନୀରବରେ ଯନ୍ତ୍ରଣା ଭୋଗୁଛନ୍ତି। ସେମାନଙ୍କମଧ୍ୟରୁ ଅନେକ ନିଜର ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି ନାହିଁ। ଏପରି ସମୟରେ ଜଣେ ବ୍ୟକ୍ତିଙ୍କ କଥାକୁଧୈର୍ଯ୍ୟର ସହ ଶୁଣିବା, ତାଙ୍କ ପରିସ୍ଥିତିକୁ ବୁଝିବା ଏବଂ ତାଙ୍କୁ ମାନସିକ ସମର୍ଥନ ଦେବା ଅତ୍ୟନ୍ତ ମୂଲ୍ୟବାନ। ଆମେସମସ୍ତଙ୍କ ସମସ୍ୟାର ସମାଧାନ କରିପାରିବା ନାହିଁ, କିନ୍ତୁ କାହାର ଦୁଃଖରେ ସାଥୀ ହୋଇପାରିବା। ଅନ୍ୟର ଯନ୍ତ୍ରଣାକୁ ନେଇପରିହାସ କରିବା ପରିବର୍ତ୍ତେ ତାଙ୍କୁ ସାହସ ଦେବା ହେଉଛି ଆମର ପ୍ରକୃତ ମାନବିକତା। ମନେ ରଖିବା ଉଚିତ ଯେ ଆଜିଯେଉଁ ବ୍ୟକ୍ତି ଅନ୍ୟକୁ ସାହାଯ୍ୟ କରୁଛନ୍ତି, ଆସନ୍ତାକାଲି ସେ ନିଜେ ମଧ୍ୟ ସହାୟତାର ଆବଶ୍ୟକତା ଅନୁଭବ କରିପାରନ୍ତି।
ଜନସେବା କ୍ଷେତ୍ରରେ ସମବେଦନାର ଗୁରୁତ୍ୱ ଆହୁରି ଅଧିକ। ବିଶେଷକରି ପୁଲିସ ବ୍ୟବସ୍ଥାରେ ଆଇନର ଶାସନ ସହିତମାନବିକ ଦୃଷ୍ଟିକୋଣର ସମନ୍ୱୟ ଅତ୍ୟନ୍ତ ଆବଶ୍ୟକ। ପୁଲିସର ଦାୟିତ୍ୱ କେବଳ ଅପରାଧ ନିୟନ୍ତ୍ରଣ କିମ୍ବା ଆଇନଶୃଙ୍ଖଳାରକ୍ଷା କରିବାରେ ସୀମିତ ନୁହେଁ; ଲୋକଙ୍କ ମନରେ ସୁରକ୍ଷା, ନ୍ୟାୟ ଓ ବିଶ୍ୱାସର ଭାବନା ସୃଷ୍ଟି କରିବା ମଧ୍ୟ ଏହାରଗୁରୁତ୍ୱପୂର୍ଣ୍ଣ ଅଂଶ। ଜଣେ ଅପରାଧର ଶିକାର ହୋଇଥିବା ବ୍ୟକ୍ତି ଥାନାକୁ ଆସିବା ସମୟରେ ଭୟ, ଚିନ୍ତା ଓ ଅନିଶ୍ଚିତତାରେରହିଥାଇପାରନ୍ତି। ଜଣେ ନିଖୋଜ ବ୍ୟକ୍ତିଙ୍କ ପରିବାରର ମାନସିକ ଯନ୍ତ୍ରଣାକୁ ବୁଝିବା, ମହିଳା ଓ ଶିଶୁଙ୍କ ଅଭିଯୋଗକୁସମ୍ବେଦନଶୀଳତାର ସହ ଶୁଣିବା ଏବଂ ବୟସ୍କ ଓ ଅସହାୟ ନାଗରିକଙ୍କୁ ସହଯୋଗ କରିବା ପୁଲିସର ମାନବିକ ଦାୟିତ୍ୱରଅଂଶ ଆଇନକୁ ଦୃଢ଼ତାର ସହ ପ୍ରୟୋଗ କରିବା ସହିତ ଲୋକଙ୍କ ପ୍ରତି ସମ୍ମାନଜନକ ଓ ସହାନୁଭୂତିପୂର୍ଣ୍ଣ ଆଚରଣରଖିବା ଉଚିତ। କାରଣ ଜନସାଧାରଣଙ୍କ ବିଶ୍ୱାସ ହେଉଛି ଉତ୍ତମ ପୁଲିସିଂର ସବୁଠାରୁ ବଡ଼ ସମ୍ପଦ।
ସମବେଦନାର ଅଭାବ ଅନେକ ସମୟରେ ମଣିଷ ମଧ୍ୟରେ ଦୂରତା, ଅବିଶ୍ୱାସ ଓ ବିବାଦ ସୃଷ୍ଟି କରେ। ଯେତେବେଳେଆମେ ଅନ୍ୟର ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା ନକରି ତାଙ୍କୁ ବିଚାର କରିଥାଉ, ସେତେବେଳେ ଅନେକ ଭୁଲ ବୁଝାମଣା ସୃଷ୍ଟିହୁଏ। ତେଣୁ କୌଣସି ବ୍ୟକ୍ତିଙ୍କୁ ତାଙ୍କର ଆର୍ଥିକ ସ୍ଥିତି, ପୋଷାକ, ଜାତି, ଧର୍ମ, ଶିକ୍ଷା କିମ୍ବା ସାମାଜିକ ପରିଚୟ ଆଧାରରେମୂଲ୍ୟାୟନ କରିବା ଉଚିତ ନୁହେଁ। ପ୍ରତ୍ୟେକ ମଣିଷର ନିଜସ୍ୱ ସଂଘର୍ଷ ଓ କାହାଣୀ ରହିଛି। ତାହାକୁ ବୁଝିବା ପାଇଁ ଆମକୁଧୈର୍ଯ୍ୟ, ଉଦାରତା ଓ ଖୋଲା ମନର ଆବଶ୍ୟକତା ରହିଛି। ସମାଜରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା କରିବାକୁ ହେଲେଆମକୁ ପରସ୍ପରର ମତାମତକୁ ସମ୍ମାନ ଦେବା ସହିତ ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଶିଖିବାକୁ ପଡ଼ିବ।ସମବେଦନା ଆମକୁ ଶିଖାଏ ଯେ ମଣିଷର ପରିଚୟ ତାଙ୍କର ପଦପଦବୀ କିମ୍ବା ସମ୍ପତ୍ତିରେ ନୁହେଁ, ବରଂ ତାଙ୍କର ଚରିତ୍ର ଓଆଚରଣରେ ରହିଛି।
ଆଜିର ଡିଜିଟାଲ ଯୁଗରେ ସମବେଦନାର ଆବଶ୍ୟକତା ଆହୁରି ବଢ଼ିଯାଇଛି। ସାମାଜିକ ଗଣମାଧ୍ୟମ ଆମକୁ ପରସ୍ପର ସହଯୋଡ଼ିବାର ସୁଯୋଗ ଦେଇଛି, କିନ୍ତୁ ଏହାର ଅପବ୍ୟବହାର ଅନେକ ସମୟରେ ଅନ୍ୟର ମାନସିକ ଯନ୍ତ୍ରଣା ବଢ଼ାଇଥାଏ।କାହାର ବ୍ୟକ୍ତିଗତ ସମସ୍ୟାକୁ ନେଇ ଅପମାନଜନକ ମନ୍ତବ୍ୟ ଦେବା, ଅପମାନିତ କରୁଥିବା ଫଟୋ କିମ୍ବା ଭିଡିଓ ପ୍ରସାରକରିବା ଏବଂ ଯାଞ୍ଚ ନକରି ଭୁଲ ତଥ୍ୟ ପ୍ରଚାର କରିବା ଅନ୍ୟର ଜୀବନକୁ ପ୍ରଭାବିତ କରିପାରେ। ତେଣୁ ଡିଜିଟାଲମାଧ୍ୟମରେ ମଧ୍ୟ ଆମେ ଦାୟିତ୍ୱବାନ ନାଗରିକ ଭାବେ ଆଚରଣ କରିବା ଆବଶ୍ୟକ। କିଛି ଲେଖିବା କିମ୍ବା ଅନ୍ୟ କାହାରିବିଷୟରେ ମନ୍ତବ୍ୟ ଦେବା ପୂର୍ବରୁ ଆମେ ଭାବିବା ଉଚିତ ଯେ ଆମର ଶବ୍ଦ ଅନ୍ୟ ଜଣଙ୍କ ମନକୁ କେତେ ଆଘାତଦେଇପାରେ। ସ୍ୱାଧୀନ ମତପ୍ରକାଶ ସହିତ ଦାୟିତ୍ୱବୋଧ ଓ ମାନବିକତା ମଧ୍ୟ ଜଡ଼ିତ ରହିବା ଉଚିତ। ଅନଲାଇନ୍ରେହେଉ କିମ୍ବା ପ୍ରତ୍ୟକ୍ଷ ଜୀବନରେ, ଅନ୍ୟର ସମ୍ମାନ ଓ ମର୍ଯ୍ୟାଦାକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ।
ସମବେଦନାର ଶିକ୍ଷା ପରିବାରରୁ ଆରମ୍ଭ ହୁଏ। ଶିଶୁମାନେ ବଡ଼ମାନଙ୍କ ଆଚରଣ ଦେଖି ଜୀବନର ମୂଲ୍ୟବୋଧ ଶିଖନ୍ତି।ପିତାମାତା ଯଦି ଅନ୍ୟମାନଙ୍କୁ ସମ୍ମାନ ଦିଅନ୍ତି, ଅସହାୟଙ୍କୁ ସାହାଯ୍ୟ କରନ୍ତି ଏବଂ ଦୁଃଖୀ ଲୋକଙ୍କ ପ୍ରତି ସମ୍ବେଦନଶୀଳହୁଅନ୍ତି, ତେବେ ପିଲାମାନଙ୍କ ମନରେ ମଧ୍ୟ ଏହି ଗୁଣର ବିକାଶ ହୁଏ। ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ସହିତ ନୈତିକଶିକ୍ଷା,
ଡଃ ସତ୍ୟଜିତ ନାଏକ, ଆଇଜିପି, ସେଣ୍ଟ୍ରାଲ ରେଞ୍ଜ, କଟକ