ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ

Spread the love

ନ୍ଦରଗଡ ତା:୧୯/୧୦/୨୦୨୬(ସନ୍ଧାନ ନ୍ୟୁଜ) କିଞ୍ଜିରକେଲା ଥାନା ଅନ୍ତର୍ଗତ କୁସୁମୁରା ଗ୍ରାମରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା | ଏଥିରେ ସ୍ୱାମୀ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ଫଳରେ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଛି | ରବିବାର ଦିନ ସକାଳ ୯ଟାରେ ସ୍ୱାମୀ ବଇଦାର ଗୁରୁ ( ୪୫) ଓ ସ୍ତ୍ରୀ କୁନ୍ତଳା ଗୁରୁ (୩୫) ନିଜ ଜମିରେ ଧାନ କାଟିବାକୁ ଯାଇଥିଲେ | ଅପରାହ୍ନ ୧୨ଟାରେ ହେଲେ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା | ଏଥିରେ ସ୍ୱାମୀ ବଇଦାର ଗୁରୁ ଉତ୍ୟକ୍ତ ହୋଇ ସ୍ତ୍ରୀର ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିବା ପୋଲିସ ସୂତ୍ରରୁ ପ୍ରକାଶ | ଯାହାଫଳରେ ସ୍ତ୍ରୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା | ସୂଚନାପାଇ ପୋଲିସ ଓ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚାଲିଥିବାବେଳେ ଅଭିଯୁକ୍ତ ବଇଦାର ଗୁରୁଙ୍କୁ ପୁଲିସ ଗିରଫ କରି ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି ।

Related Posts

About The Author

Add Comment