ସୁନ୍ଦରଗଡ ତା:୧୭/୧୦/୨୦୨୬(ସନ୍ଧାନ ନ୍ୟୁଜ) ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତିଳେଇକାନୀ ଗ୍ରାମପଞ୍ଚାୟତର ଧନିଆଁପୁଞ୍ଜି ଗ୍ରାମର ବିମଳା ବରିହାଙ୍କୁ ଦୀର୍ଘ ଛଅ ମାସ ହେଲା ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି। ଭତ୍ତା ଟଙ୍କା ମିଳୁନଥିବାରୁ ତାଙ୍କୁ ଦୈନନ୍ଦିନ ଜୀବନରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ନିୟମିତ ଭତ୍ତା ପ୍ରଦାନର ବ୍ୟବସ୍ଥା ଥିବାବେଳେ ବିମଳା ବରିହାଙ୍କୁ ଛଅ ମାସ ଧରି ଭତ୍ତା ନ ମିଳିବା ଘଟଣା ଚିନ୍ତାର ବିଷୟ ପାଲଟିଛି। ଭତ୍ତା ଟଙ୍କା କାହିଁକି ବନ୍ଦ ରହିଛି, ତାହାର କାରଣ ଜଣାପଡ଼ିନାହିଁ। ପ୍ରଶାସନ ଅଧିକାରୀଙ୍କ ମୁଁହ ଚୁପ୍ ରହିଥିବା ବେଳେ ତାର ସମାଧାନର ବାଟ ମଧ୍ୟ ବାହାର କରି ନ ଥିବା ସେ ଅଭିଯୋଗ କରିଛନ୍ତି ।
ଏଭଳି ସ୍ଥିତିରେ ସମ୍ପୃକ୍ତ ବିଭାଗ ଏହି ଘଟଣାର ତଦନ୍ତ କରି ବିମଳା ବରିହାଙ୍କୁ ତୁରନ୍ତ ବକେୟା ଭତ୍ତା ପ୍ରଦାନ କରିବା ସହ ଆଗାମୀ ଦିନରେ ନିୟମିତ ଭତ୍ତା ଯୋଗାଇଦେବାକୁ ଦାବି ହେଉଛି।
ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
|
October 17, 2026 |



