ସୁନ୍ଦରଗଡ଼ ତା:୧୫/୧୦/୨୦୨୬ (ସନ୍ଧାନ ନ୍ୟୁଜ ) ସୁନ୍ଦରଗଡ ଜିଲ୍ଲା ଅବକାରୀ ବିଭାଗ ସୁପେରିଟେଣ୍ଡେଣ୍ଟ ଶ୍ରୀ ସିଧ୍ୟେଶ୍ୱର ବେସ୍ରା ଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପେରିଣ୍ଡେଣ୍ଟ ଶ୍ରୀ ପ୍ରମୋଦ ପଣ୍ଡା ଙ୍କ ତତ୍ଵାବଧାନ ରେ , ସୁନ୍ଦରଗଡ ମୋବାଇଲ ୟୁନିଟ ଏସ.ଆଇ ଆଶୀର୍ବାଦ ବେହେରାଙ୍କ ସହ ସବଡେଗା ଅବକାରୀ ବିଭାଗ ଅଧିକାରୀ ଶ୍ରୀମତି ଆରତୀ ମିଶ୍ର, ଏ.ଏସ.ଆଇ. ଶ୍ରୀ ସୁଶୀଲ କୁମାର ମିର୍ଦ୍ଧା, ଓ ଷ୍ଟାଫ, ତଳସରା ଥାନା ଅଞ୍ଚଳର ଚଢ଼ାଉ କରି ୫୨ ଲିଟର ଦେଶୀ ମଦ ଜବତ ସହ ୩ ମହିଳା ଗିରଫ ସହ ଜଣେ ପୁରୁଷଙ୍କୁ ଗିରଫ କରିଥିବା ସୂଚନା ରହିଛି । ଗତକାଲି ଅବକାରୀ ବିଭାଗ ତରଫରୁ ଆତର୍କିତ ଚଢ଼ାଉ କରି ୫୨ ଲିଟର ଦେଶୀ ମଦ ଜବତ ସହିତ ୩ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି l ଗିରଫ ହୋଇଥିବା ମହିଳା ମାନେ ହେଲେ ମଙ୍ଗ କିସପଟା(୪୫) କୁଇଲେର ମୁଣ୍ଡାର ଥିବାବେଳେ ତାଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ, ସୁସ୍ମିତା କୁମ୍ଭାର(୩୬) ଗଇକନପାଳି ଅଞ୍ଚଳ ର ତାଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ , ସୁଶୀଳା କିଷାନ୍ ଙ୍କ (୩୮)ତୁମଲିଆ ର ଥିବାବେଳେ ତାଙ୍କ ନିକଟରୁ ୧୦ ଲିଟର ଦେଶୀ ମଦ, ଜଣେ ପୁରୁଷ ମହେଶ ବେହେରା (୨୩) ଗଇଲୋ ଅଞ୍ଚଳର ରହିଥିବା ସହ ୧୨ ଲିଟର ଜବତ ହୋଇଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି ।ଏମାନଙ୍କ ପାଖ ରୁ ମିଳିତ ୫୨ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଙ୍କୁ ପି.ଆର କେଶ ନମ୍ବର ୧୬୪/୨୦୨୬-୨୭, ୨୮୫/୨୦୨୬-୨୭, ୨୮୬/୨୦୨୬-୨୭,୨୮୭/୨୦୨୬-୨୭ ରେ କେଶ ରୁଜୁ ହୋଇଥିବା ସୂଚନା ମିଳିଛି ।
ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
|
October 15, 2026 |



