ତିହିଡ଼ି ୩/୧୦/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିରଞ୍ଚି ନାରାୟଣ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମହା ଆଡମ୍ବର ସହକାରେ ପାଲିତ ହୋଇ ଯାଇଛି । ଉକ୍ତ ଉତ୍ସବ କୁ ପାଳିଆ ବିନ୍ଧା ପଞ୍ଚାୟତ ର ସରପଂଚ ଶ୍ରୀମତୀ ଯଶୋଦା ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶ୍ରୀମତୀ ବେବିରାଣି ଦଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ପାଳିଆ ବିନ୍ଧା ପଞ୍ଚାୟତ ରସରପଞ୍ଚ ଶ୍ରୀମତୀ ଯଶୋଦା ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ମୁଖ୍ୟ ବକ୍ତା ଭାବେ ସମିତି ସଭ୍ୟ ଶ୍ରୀଯୁକ୍ତ ଜୀଵନ ଜ୍ୟୋତି ପଲେଇ ଯୋଗ ଦେଇଥିଲେ । ଅନ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ, ଦେବେନ୍ଦ୍ର କୁମାର ସାହୁ , ପ୍ରଧାନ ଶିକ୍ଷକ ଦିପ୍ତିକାନ୍ତ ପଣ୍ଡା, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ମଲ୍ଲିକ, ଆୟୋଜକ ସି ଆର ସି ସି ଦେବବ୍ରତ ଶତପଥୀ, ମଞ୍ଚ ପରିଚାଳନା କରି ଥିଲେ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଣିଗ୍ରାହୀ, ଧନ୍ୟବାଦ୍ ଅର୍ପଣ କରି ଥିଲେ ଶ୍ରୀମତୀ ଅନୁପମା ନାୟକ । ଏହି କାର୍ଯ୍ୟକ୍ରମ ରେ ନୃତ୍ୟ, ଚିତ୍ରାଙ୍କନ, ଭାଷଣ, ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା । କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୂଜୁ ସନ୍ଧାନ
ପାଳିଆ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ୨୦୨୬,୦୨ ୧୦ ୨୦୨
|
October 2, 2026 |



