*ଆଦର୍ଶ ବିଦ୍ୟାଳୟ,ବଡ଼ଚଣା ର ପ୍ରତିଷ୍ଠା ଦିବସ ପାଳିତ* 

Spread the love
ଯାଜପୁର  ୧୨/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ବଡ଼ଚଣା ଠାରେ ଥିବା ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ପାର୍କ ପାଳନ କରାଯାଇଥିଲା। ଏଠାରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ବଡ଼ଚଣା ପଂଚାୟତ ସରପଞ୍ଚ ଶ୍ରୀମତୀ ରାଜଲକ୍ଷ୍ମୀ ମାହାନ୍ତି, ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗର ପ୍ରାଧ୍ୟାପକ ସଲିଳ ରାଜ ନନ୍ଦନ ମହାନ୍ତି , ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ମଧୁସୂଦନ ବଳ, ପ୍ରକାଶ ପ୍ରଧାନ , ନାଟ୍ୟ, ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର କୁମାର ବଳ , ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଚିଦାନନ୍ଦ ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ, ପ୍ରାରମ୍ଭରେ ଅତିଥି ମାନେ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରଦୀପ ପ୍ରଜ୍ବଳନ କରିଥଲେ, ଏହି ବିଦ୍ୟାଳୟର ଶିକ୍ଷୟତ୍ରୀ ଅର୍ଚ୍ଚିତା ମହାପାତ୍ର ସଭା ସଞ୍ଚାଳନ କରିଥଲେ। ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ ପ୍ରାରମ୍ଭିକ ସୁଚନା ପ୍ରଦାନ କରି ଅତିଥି ମାନଙ୍କର ପାରିଚୟ ପ୍ରଦାନ କରିଥିଲେ,, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶିକ୍ଷାର ପ୍ରସାର ପାଇଁ ୩୨୦ଟି ଆଦର୍ଶ ବିଦ୍ୟାଳୟ ଖୋଲା ଯାଇଛି, । ସେହି ଆଦର୍ଶ ବିଦ୍ୟାଳୟ ରେ ୧ ଲକ୍ଷ ୩୦ହଜାର ଛାତ୍ର ଛାତ୍ରୀ  ଅଧ୍ୟୟନ କରୁଛନ୍ତି, ଏହା ହେଉଛି  ସରକାରଙ୍କ ଶିକ୍ଷା କ୍ଷେତ୍ରରେ ବିକଶିତ ଯୋଜନା।  ବଡ଼ଚଣା ଆଦର୍ଶ ବିଦ୍ୟାଳୟ ରେ ୬୫ଭାଗ ଝିଅ ନାମ ପଞ୍ଜିକରଣ କରି ଅଧ୍ୟୟନ କରୁଛନ୍ତି।  ସେ ଛାତ୍ର ଛାତ୍ରୀ ମାନଙ୍କୁ ଭକ ଭାବରେ ଶିକ୍ଷା ଦାନ ପ୍ରଦାନ କରିବା ଆମର ମୁଖ୍ୟ କର୍ତ୍ତବ୍ୟ ବୋଲି ଅଧ୍ୟକ୍ଷା ଶ୍ରୀ ପ୍ରତିହାରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଶେଷରେ ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଅତିଥିଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା ।

Related Posts

About The Author

Add Comment