ସୁନ୍ଦରଗଡ଼ ତା:୭/୯/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ସରକାରୀ ହସ୍ପିଟାଲ ଓ ଆପୋଲୋ ହସ୍ପିଟାଲ, ରାଉରକେଲାର ମିଳିତ ସହଯୋଗରେ ଏକ ବୃହତ୍ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ କରାଯାଇଛି । ସଂଘର ସଭାପତି ଅଶୋକ କୁମାର ସ୍ୱାଇଁ ଓ ସମ୍ପାଦକ ସତ୍ୟଜିତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରମାନେ ଯୋଗଦେଇ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଔଷଧ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସସ୍ମିତା ପାଢ଼ୀ ଯୋଗଦେଇଥିବା ବେଳେ ବିଚାର ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ। ଡାକ୍ତର ଦୀପ୍ତି ରଞ୍ଜନ ତ୍ରିପାଠୀ, ଅଙ୍କନ ପଟେଲ, ଅବିନାଶ ନାଏକ, ପି.ସି. ମାଝୀ, ଏସ୍.କେ. ଫଜଲୀ ରବି, ରୋଜା ନାଏକ ଓ ଦନ୍ତ ଚିକିତ୍ସକ ଡାକ୍ତର ମାନସ କୁମାର ପଟେଲଙ୍କ ସମେତ ଅନ୍ୟ ଡାକ୍ତରମାନେ ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଜିଲ୍ଲା ଓକିଲ ସଂଘର ବହୁ ବରିଷ୍ଠ ଆଇନଜୀବୀ, କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ଏହି ମହତ୍ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।
ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର
|
September 7, 2026 |



