ଭଦ୍ରକ ୪/୯/୨୬ (ସନ୍ଧାନ ନ୍ୟୁଜ) ଭଦ୍ରକ ବ୍ଲକ ଅନ୍ତର୍ଗତ ଗୋରା ମାଟି ପଞ୍ଚାୟତ ରେ ଥିବା ଗୋରା ମାଟି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ସ୍ବର୍ଗତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ନାୟକ ଙ୍କ ସ୍ମୁତି ଚାରଣ ସଭା ଓ ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମୁଖ୍ୟା ଅତିଥି ଭାବରେ ଯୋଗଦେଇ ଥିଲେ ଶିକ୍ଷା କ୍ଷେତ୍ର ର ମାଇଲ ଖୁଣ୍ଟ ଶ୍ରୀଯୁକ୍ତ ଅରୁଣ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ସାହାଡ଼ା ପ୍ରଜାପିତା ବ୍ରହ୍ମ କୁମାରୀ ସଂଘ ର ଆବାହିକା ମଞ୍ଜୁଲତା ପଣ୍ଡା,ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲଳିତା ନାୟକ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ। ସମସ୍ତ ଅତିଥି ସ୍ବର୍ଗତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ନାୟକ ଙ୍କ ଜୀଵନ ଶୈଳୀ ଓ ଗୁଣା ବଳି ସଂପର୍କ ରେ ଆଲୋକ ପାତ କରିଥଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ସନ୍ଧାନ ଦୈନିକ ଖବର କାଗଜ ର ଭଦ୍ରକ ପ୍ରତିନିଧି ସତ୍ୟବ୍ରତ ନାୟକ ସଞ୍ଚାଳନ କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା କମିଟି ସଦସ୍ୟ, ଓ ସବୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯକ୍ରମ କୁ ସୁଚାରୁ ରୂପେ ଆଗେଇ ନେଇଥିଲେ। ସନ୍ଧାନ ନୀୟୁଜ ଭଦ୍ରକ।
ସ୍ବର୍ଗତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ଙ୍କ ଷଷ୍ଠ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା।
|
September 4, 2026 |



