ସୁନ୍ଦରଗଡ ତା:୨୯/୮/୨୦୨୬(ସନ୍ଧାନ ନ୍ୟୁଜ) ତଳସରା ଥାନା ଅନ୍ତର୍ଗତ ସଉନାମରା ଛକରେ ଏକ ବଡ ଧରଣର ଡକାୟତି କାର୍ଯ୍ୟକୁ ପଣ୍ଡ କରିଛି ତଳସରା ପୋଲିସ । ଗତ ଗୁରୁବାର ଦିନ ରାତ୍ରି ସମୟରେ କିଛି ଖଳ ପ୍ରକୃତିର ଲୋକେ ଡକାୟତି ଯୋଜନା କରୁଥିବା ବନଡେଗା ଫାଣ୍ଡି ଅଧିକାରୀ ଦମୟନ୍ତୀ ମହନ୍ତ ଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବରପାଇ ରାତ୍ରି ପ୍ରାୟ ୧୨ ଟା ସମୟରେ ଆତର୍କିଟ ଚଡାଉ କରିଥିଲେ । ଚଢାଉ ସମୟରେ ପୋଲିସ ତିନିଜଣଙ୍କୁ କାବୁ କରିଥିବା ବେଳେ ଆଉ କେତେକ ଖସି ପଳାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।ଅଭିଯୁକ୍ତ ମାନେ ବିଶାଲ କୁମାର କିସପଟା(୨୩), ରୁଷ୍ଟମ କୁକୁର(୨୬) ଓ ସଞ୍ଜୁ କୁକୁର (୨୫) ଥିବାବେଳେ ସେମାନେ ଛତିଶଗଡ଼ ରାଜ୍ୟ ସୁରଗୁଜା ଜିଲ୍ଲା ଦେଉରୀ ଗ୍ରାମର ବୋଲି ଜଣାପଡିଛି । ଅଭିଯୁକ୍ତ ଙ୍କ ନିକଟରୁ ତିନୋଟି ଲୁହାଛଡ,ଦୁଇଟି ଛୁରୀ ,ଦୁଇଟି ବାଉଁଶ ଲାଠି, ଟର୍ଚ୍ଚ, ଲଙ୍କା ପାଉଡର, ଦଉଡ଼ି,ମାସ୍କ, ସହିତ ମଦ ବୋତଲ ତିନୋଟି ଜବତ କରାଯାଇଛି । ତଳସରା ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା କରିଛି ।
ଡକାୟତି ଯୋଜନା କରୁଥିବା ବେଳେ ୩ ଜଣ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ
|
August 29, 2026 |



