ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ମହିଳା ଗୁରୁତର

Spread the love

ସୁନ୍ଦରଗଡ ତା:୨୦/୮/୨୦୨୬( ସନ୍ଧାନ ନ୍ୟୁଜ) ଆଜି ସବଡେଗା ହନୁମାନ ମନ୍ଦିର ସାମନା ରାଜ୍ୟ ରାଜପଥ ୨୪ ରେ ଘଟିଛି ଏକ ଅଭାବନିୟ ଘଟଣା । ଏକ ଅଜଣା ଟ୍ରକ୍ ସାଇଡ ମାରି ଚାଲିଯିବା ରୁ ସାଇକେଲ ରେ ଯାଉଥିବା ମହିଳା ଦୁର୍ଘଟଣା ଗ୍ରସ୍ତ । ମହିଳା ଜଣକ ପୁଷ୍ପାଞ୍ଜଳି ପ୍ରଧାନ-ବୟସ (35) ଗ୍ରାମ ରାଶିପତ୍ରା ବୋଲି ସୂଚନା ରହିଛି । ମହିଳା ଜଣକ ରାସ୍ତା ଉପରେ ସାଇକେଲ ସହ ପଡି ଯାଇଥିବାରୁ ଗୁରୁତ୍ତର ଆହତ ହୋଇପଡି ଥିଲେ , ରାସ୍ତରେ ଯାଉଥିବା ସ୍ଥାନୀୟ ଲୋକେ ଦେଖି ସବଡେଗା ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ , ଖବରପାଇ ଅଗ୍ନିଶମ ବିଭାଗ ତାଙ୍କୁ ନେଇ ସବଡେଗା ଚିକିତ୍ସାଳୟରେ ଉପଯୁକ୍ତ ଚିକିତ୍ସା ନିମନ୍ତେ ପହଞ୍ଚିଥିବା ସୂତ୍ରରୁ ଜଣାପଡିଛି । ଅଞ୍ଚଳରେ କ୍ରମାଗତ ଭାବେ ଦୁର୍ଘଟଣା ହେବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇଛି । ଅଞ୍ଚଳ ର ସଡ଼କ ଅତ୍ୟଧିକ ଖରାପ ହେବା ସହିତ ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଲୋକଙ୍କ ଜୀବନ ସଙ୍କଟରେ ପଡୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥି ପ୍ରତି ପରିବହନ ବିଭାଗ ସହିତ ଆରକ୍ଷୀ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି ।

Related Posts

About The Author

Add Comment