ବରଗଡ଼ ୧୮/୮/୨୬ (ସନ୍ଧାନ ନ୍ୟୁଜ) ବରଗଡ଼ ମାଟିର ବିଶିଷ୍ଟ ହାସ୍ୟ କଳାକାର ତଥା ଲୋକପ୍ରିୟ କଳାକାର ବିଶ୍ୱ ବଗର୍ତ୍ତି ଆଉ ନାହାନ୍ତି। ତାଙ୍କ ଅକାଳ ବିୟୋଗରେ ବରଗଡ଼ ସମେତ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କଳା ମାଧ୍ୟମରେ ବିଶ୍ୱ ବରାଳ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ହାସ୍ୟ ଅଭିନୟ ଓ କଳା ପ୍ରତିଭା ଯୋଗୁଁ ସେ ବରଗଡ଼ ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପରିଚିତ ଥିଲେ।
ତାଙ୍କ ବିୟୋଗରେ କଳା ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ, ଶୁଭେଚ୍ଛୁ ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜଣେ ହାସ୍ୟ କଳାକାର ଭାବେ ଲୋକଙ୍କୁ ହସାଇଥିବା ବିଶ୍ୱ ବରାଳଙ୍କ ସ୍ମୃତି ସର୍ବଦା ଲୋକଙ୍କ ମନରେ ଜୀବନ୍ତ ରହିବ। ବିଶ୍ୱ ବଗର୍ତ୍ତି ଙ୍କ ଅକାଳ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।



