ଯାଜପୁର, ୧୮/୮/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଅନ୍ତର୍ଗତ ବଡ଼ ବିରୁହାଁ ଗୋଲାପରି ଛକରେ ବଡ଼ ବିରୁହାଁ ରାମପୁର ସଗଡି ଗ୍ରାମର କିଛି ଯୁବକ ମଧ୍ୟରେ ଗୋଷ୍ଠୀ ସଂଘର୍ଶ ଘଟିଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖା ଦେବାରୁ ପୋଲିସ୍ ପକ୍ଷରୁ ତିକ୍ଷ୍ଣ ନଜର ରଖା ଯାଇଥିବା ବେଳେ ଏନେଇ ଉତ୍ତେଜନା ଦେଖାଦେଇଥିଲା । ଯାହାକୁ ନେଇ ପ୍ରଶାସନ ଏବଂ ଗ୍ରାମର ମୁରବୀ ମାନଙ୍କ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆଜି ପୋଲିସ୍, ତହସିଲଦାର ଏବଂ ଭଦ୍ରଲୋକ ମାନଙ୍କୁ ନେଇ ଶାନ୍ତି କମିଟି ଗଠନ କରାଯାଇଥିଲା । ଆଲୋଚନା କରାଯିବା ପରେ ଦୁଇ ଗାଁର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସମାଧାନ କରାଯାଇ ଥିଲା । ଏହି ଘଟଣାରେ ପୋଲିସ୍ ପକ୍ଷରୁ ୧୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୨ ଜଣ ଥାନାରେ ଅଟକ ଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ୨ ଗ୍ରାମଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ପୋଲିସ୍ ୧୨ ଜଣଙ୍କୁ ଗିରଫ କରିବା ସହିତ ୨ ଜଣଙ୍କୁ ଥାନାରେ ଅଟକ ରଖିଥିଲେ । ଏ ନେଇ ଆଜି ପାଣି କୋଇଲି ଥାନାରେ ଶାନ୍ତି କମିଟି ବୈଠକ ବସିଥିଲା । ଏଥିରେ ଉଭୟ ପକ୍ଷରୁ ଯୋଗଦେଇ ଭବିଷ୍ୟତରେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ପୋଲିସ୍ କାର୍ଯ୍ୟାନୁଷ୍ଠାନ କୋହଳ କରିବା ସହିତ ଲୋକ ଜୀବନ ଜାଣ ସଂପର୍କରେ ଆଲୋଚନା କରଯାଇଥିଲା । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗିରଫ ଦାରିକୁ ବନ୍ଦ କରିବା ପୋଲିସ୍ ପ୍ରସାଶନ ନିକଟରେ ପ୍ରସ୍ତାବ ଦିଆଯାଇଥିଲା । ଦୁଇ ଗ୍ରାମ ବାସୀଙ୍କ ମଧ୍ୟରେ ବ୍ୟକ୍ତିଗତ ଘଟଣାରୁ ଉର୍ଗ ରୂପ ନ ନେବାକୁ ଉଭୟ ପକ୍ଷରୁ ଗୁରୁତ୍ଵ ଦେବେ ବଳବତ୍ତର ରହିଥିବା ୧୬୩ ଧାରାକୁ କୋହଳ କରିବା ପାଇଁ ଏସପିଙ୍କୁ ଭେଟି ଶାନ୍ତି କମିଟି ପ୍ରସ୍ତାବ ଦିଆଯାଇ ଥିଲା । ଶାନ୍ତି କମିଟି ଆଲୋଚନା ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରସାନ୍ତ ପୁହାଣ ଯାଜପୁର ରୋଡ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର ପାଣି କୋଇଲି ଥାନା ଅଧିକାରୀ ଏସ୍ ଆଇ ବିଶ୍ଵଜିତରନ ଦାସ ଏବଂ ବହିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଗିରଫ ମାନେ ହେଲେ ଏହି ଥାନାର ସୁମନ୍ତ ଆକୁଲା ମାଝି,ଚିନ୍ତାମଣି, ଦେବଦତ୍ତ, ରମେଶ ଓଝା,ଧନଞ୍ଜୟ ଖଣ୍ଡେଇ, ସୁକୁଟା ମଲିକ,ଚନ୍ଦ୍ରଶେଖର ଦାସ, ଦିନବନ୍ଧୁ ମହାପାତ୍ର, ଗୋଲେଇ ପୁର ଗ୍ରାମର ସେକ୍ କ୍ରୋମ୍ବ,ସଗଡି ସେକ୍, ସେକ୍ ୱ।ଚ, ସେକ୍ ଟାୱ।ରକ୍ ବୋଲି ଜଣା ପଡିଛି । ଏଥି ସହିତ ପୋଲିସ୍ ଥାନରେ ୨ ଜଣକୁ ଅଟକ ରଖିଥିବା ଜଣାଯାଇଛି । ୧୨ ଜଣକୁ କୋର୍ଟ ଚାଲାଣ କିରାଯାଇଥିବା ବେଳେ ୨ଜଣ ଧାନରେ ଅଟକ ଅଛନ୍ତି ।



