ସ୍ୱାଧୀନତା ଦିବସ ଅବସରରେ ସବଡେଗା ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା

Spread the love

ସୁନ୍ଦରଗଡ ତା:୧୫/୮/୨୦୨୬(ସନ୍ଧାନ ନ୍ୟୁଜ) ଆଜି ସବଡେଗା ପଞ୍ଚାୟତ ପରିସରରେ ସ୍ୱାଧୀନତା ଦିବସ ଅବସରରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ପଞ୍ଚାୟତର ଉନ୍ନତିକାରଣ କୁ ନେଇ ଅନେକ ଦିଗ ଉପରେ ଆଲୋକପାତ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଗଣେଶ ପ୍ରଧାନ ସରକାରଙ୍କ ପ୍ରତ୍ୟେକ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇବା ସହିତ ତାର ଉପକାରିତା ବିଷୟରେ ବୁଝାଇଥିଲେ । ଏହି ସ୍ୱାଧୀନତା ଦିବସ ଅବସରରେ ସବଡେଗା ପଞ୍ଚାୟତରେ ନୂତନ ଭାବେ ଶ୍ରୀଯୁକ୍ତ ଶୁଭମ୍ ସାହୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ଉପସ୍ଥିତ ରହିଥିଲେ ।ତା ସହିତ ଆଉ ଅନେକ ବିଭାଗର ଅଧିକାରୀ ଯଥା କୃଷି,ପାନୀୟ ଜଳ ବିଭାଗ ,ବିଦ୍ୟୁତ୍ ବିଭାଗ ,ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମାଝୀ ଯୋଗ ଦେଇଥିବା ବେଳେ ଲୋକଙ୍କ ହିତ ପାଇଁ ଯୁଗି ଯୁଗେନ ଡ୍ୟାମ ବନ୍ଦ କରିବା ନେଇ ଲୋକଙ୍କୁ ଅବଗତ କରାଇଥିଲେ । ସର୍ବ ସହମତି କ୍ରମେ ପଞ୍ଚାୟତରେ ଡ୍ୟାମ ବନ୍ଦ ହେବା ନେଇ ନାରା ବାଜି ହୋଇଥିବା ଦେଖିବାକୁ ମିଳିଥିଲା ।ଏହା ସହିତ ଡ୍ୟାମ ବନ୍ଦ ହେବା ନେଇ ଏକ ଲିଖିତ ଅଭିଯୋଗ ସରପଞ୍ଚ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେବାପାଇଁ ସ୍ଥିର କରାଯାଇଥିଲା । ଏହି ଗ୍ରାମ ସଭାରେ ବିପୁଳ ସଂଖ୍ୟାରେ ଯୋଗ ଦେଇ ସଭାକୁ ସଫଳ କରିଥିଲେ । ଗ୍ରାମ ସଭା ପରେପରେ ପଞ୍ଚାୟତର ସମସ୍ତ ଭତ୍ତା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା ।

Related Posts

About The Author

Add Comment