ସୁନ୍ଦରଗଡ ତା:୧୪/୮/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ ବରଡ଼ିହି ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ହାଇୱା ବାଇକ୍ କୁ ଧକ୍କା ଦେବା ଫଳରେ ଘଟିଛି ଦୁର୍ଘଟଣା । ବାଇକରେ ଅକ୍ ଏକ ପରିବାର ଯାଉଥିବା ବେଳେ ଘଟଣା ସ୍ଥଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶିଶୁର ଅବସ୍ଥା ସଂକଟାପନ୍ନ ରହିଥିଲା । ଶିଶୁ କୁ ଚିକିତ୍ସା ପାଇଁ ଚିକିତ୍ସାଳୟ ପଠାଯାଇଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ, ଗାଡି ନମ୍ବର ରୁ ଏମାନେ ଛତିଶଗଡ଼ ଅଞ୍ଚଳର ବୋଲି ଅନୁମାନ କରାଯାଉଥିବା ସୂଚନା ମିଳିଛି ।
ହାଇୱା ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ , ବର୍ଷକ ଶିଶୁ ସଂକଟାପନ୍ନ
|
August 14, 2026 |



