ବନ୍ୟା ସମୀକ୍ଷା ବୈଠକକୁ ନେଇ ସାମ୍ବାଦିକ ମାନେ ଧାରଣା ଦେଲେ

Spread the love

ଯାଜପୁର ,  :  ୩/୮/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲାରେ ବନ୍ୟା ସମୀକ୍ଷା ବୈଠକକୁ ନେଇ ହୋହାଲା ହେବା ସହିତ ସାମ୍ବାଦିକ ମାନେ ଧାରଣାରେ ବସିଥିବା ଏହି ଜିଲ୍ଲା ରେ ଚକିତ କରିଦେଇଛି ଏଠାରେ ସୂଚନା ଯୋଗ୍ୟ ଯେ ବିଝାଂର ପୁର ବ୍ଲକ କାର୍ଯ୍ୟାଳୟ ପରିଶରରେ ଆଜି ସଂଧ୍ୟାରେ ବନ୍ୟାରେ ଏକ ବୈଠକ ହୋଇଥିବା ବେଳେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ଏହି ବୈଠକକୁ ବି ଝାଂର ପୁର ବିଧାୟିକା ପ୍ରମିଳା ମଲିକଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଏହାକୁ ନେଇ ଆପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାପାଳ ସାଂସଦ ଏବଂ ବ୍ଲକ କାର୍ଯ୍ୟାଳୟରେ ବନ୍ୟା ସଂପର୍କିତ ଏକ ସମୀକ୍ଷା ବୈଠକ ଚାଲିଥିବା ବେଳେ ଏହି ସମୟରେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲିକ ବୈଠକରେ ପହଞ୍ଚି କ୍ଷୋଭ ପ୍ରକାଶ କରିଥିଲେ । ଶ୍ରୀମତୀ ମଲିକ ଅଭିଯୋଗ କରିଥିଲେ ବନ୍ୟା ବିପନ୍ନ ମାନଙ୍କୁ ସହାୟତା ବଣ୍ଟନରେ ସାଂସଦକୁ ଘେରିଥିଲେ । ଉତ୍ତେଜନା ପରିସ୍ଥିତି ସେଠାରେ ସୃଷ୍ଟି ହୋଇ ଥିବା ବେଳେ ସାଂସଦ ରବିନାରାୟଣ ବେହେରା ଚାଲିଯାଇଥିଲେ । ଏହାପରେ ବି.ଡି.ଓ କାର୍ଯ୍ୟାଳରେ ପ୍ରମିଳା ମଲିକ ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଥିବା ବେଳେ ଉପସ୍ଥିତ ରହିଥିବା ସାମ୍ବାଦିକ ମାନେ ଏହାର ଭିଡିଓ ଉତ୍ତେ।କଳ କରୁ ଥିଲେ । ଏହାକୁ ନେଇ ଜିଲ୍ଲାପାଳ ଉତକ୍ଷିପ୍ତ ହୋଇ ଦୃବ୍ୟବହାର କରିଥିବାରୁ ସାମ୍ବାଦିକ ମାନେ ଆକ୍ରୋଶ ପ୍ରକାଶ କରିଥିଲେ । ସାମ୍ବାଦିକ ବ୍ଳକରେ ଧାରଣାରେ ବସିଥିଲେ ଏହି ଘଟଣା ଜଟିଳ ହେବାରୁ କିଛି ସମୟ ପରେ ଯାଜପୁର ଜିଲ୍ଲା ପାଳ ଅମ୍ବର କୁମାର କର ଏବଂ ବିଧାୟିକା ଆଲୋଚନା କରିଥିଲେ । ବୁଝାସୁଝା କରିଥିଲେ । ପରିସ୍ଥିତି ସ୍ଵଭାବିକ ହେବା ପରେ ସାମ୍ବାଦିକ ମାନେ ଧାରଣାରୁ ପ୍ରତ୍ୟାହାର କରିଥିଲେ ।

Related Posts

About The Author

Add Comment