ଅଧ୍ୟକ୍ଷ ହେବ ତ ଏମିତି, ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ପାଳିଆ ବିନ୍ଧା ଭଦ୍ରକ।

Spread the love

ତିହିଡ଼ି  : ୭/୭/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୁଲ୍ୟ ପରିଡ଼ା ଙ୍କ କାର୍ଯ୍ୟ ସମସ୍ତ କଲେଜ ର ଅଧ୍ୟକ୍ଷ ମାନଙ୍କୁ ପ୍ରେରଣା ପ୍ରଦାନ କରିବ ଏହା ନିରାଟ ସତ୍ୟ। ବାଲେଶ୍ଵର ଜିଲ୍ଲାର ବାଲିଆପାଳ ରେ ୧୯୬୮ ମସିହା ରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀଯୁକ୍ତ ପରିଡ଼ା, ବିଜ୍ଞାନ ପାଠ ପ୍ରତି ତାଙ୍କର ରୁଚି ଥିଲା। ବିଜ୍ଞାନ ରେ ସ୍ନାତକ ଡିଗ୍ରୀ ହାସଲ ପରେ ଚାନ୍ଦବାଲି କଲେଜ ରେ ଅଧ୍ୟାପକ ଭାବରେ ଯୋଗଦେଇ ଥିଲେ। ପ୍ରତି ଦିନ ଠିକ୍ ସମୟ ରେ କଲେଜ ଆସିବା ଓ ପିଲା ମାନଙ୍କୁ ପାଠ ପଢେଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ନିଜ ଦାୟିତ୍ୱ କୁ ସଠିକ୍ ଭାବେ କାର୍ଯ୍ୟକାରୀ କରି ବିଭାଗୀୟ ଅଧିକାରୀ ଙ୍କ ହୃଦୟ କୁ ଛୁଇଁ ଥିଲେ ଶ୍ରୀଯୁକ୍ତ ପରିଡ଼ା। ତାଙ୍କ ପାଠ ପଢା ଶୈଳୀ କୁ ଛାତ୍ର ଛାତ୍ରୀ ମାନେ ଭୂୟସୀ ପ୍ରଶଂସା କରୁ ଥିଲେ। ୨୦୨୦ରେ ତାଙ୍କର ବଦଳି ହୋଇ ଥିଲା ପାଳିଆ ବିନ୍ଧା କଲେଜ କୁ। ପ୍ରାୟ ଦୁଇ ବର୍ଷ ଅଧ୍ୟାପକ ଭାବରେ ପାଳିଆ ବିନ୍ଧା କଲେଜ ରେ ପାଠ ପଢ଼େଇବା ପରେ ତାଙ୍କର ପ୍ରମୋସନ୍ ହୋଇ ଥିଲା ଅଧ୍ୟକ୍ଷ ଭାବେ। ୨୦୨୨ରେ ସେ ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ପାଳିଆ ବିନ୍ଧା ର ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରି ଥିଲେ। କଲେଜ କୁ ବିକାଶ ର ଶୀର୍ଷ ରେ ପହଞ୍ଚେଇବାର ପ୍ରୟାସ ତାଙ୍କର ମୂଳ ଲକ୍ଷ୍ୟ ଥିଲା। ସେଥିପାଇଁ ସେ ପ୍ରଥମ ରୁ କଲେଜ ର ନୂତନ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ। ପ୍ରାୟ ଚାରୋଟି ବଡ ପକା ଘର ସେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ସଫଳ ହୋଇ ଥିଲେ। କଲେଜ ର ବିଦ୍ୟୁତ୍ ସମସ୍ୟା କୁ ଦୁର କରିବା ପାଇଁ transfermar ବସାଇଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ପାଠ ପଢେଇବାଆ ପାଇଁ ନୂଆ ଚୁକ୍ତିଭିତ୍ତିକ ଅଧ୍ୟାପକ ଙ୍କୁ ନିଯୁକ୍ତି କରିଥଲେ। ସାଇକେଲ ଷ୍ଟାଣ୍ଡ, ଫୁଲ ବଗିଚା, ନୂତନ ଗୃହ ନିର୍ମାଣ କରି ଜନ ସାଧାରଣ ଙ୍କ ପ୍ରଶଂସା ର ପାତ୍ର ହୋଇ ଥିଲେ ଶ୍ରୀଯୁକ୍ତ ପରିଡ଼ା। ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ କୁ ଭଦ୍ରକ ଜିଲ୍ଲାରେ ଏକ ନମ୍ବର କରିବା ପାଇଁ ତାଙ୍କର ଉଦ୍ୟମ କୁ ପାଳିଆ ବିନ୍ଧା ପଞ୍ଚାୟତ ବାସୀ ସମର୍ଥନ ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥ ଙ୍କ ଅପାର କରୁଣା ବାରି ତାଙ୍କ ଉପରେ ପଡୁ, ତାଙ୍କ ଚଲାପଥ କୁସୁମିତ ହେଉ ଏହା ହିଁ ଆମର କାମ୍ୟ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment