ସୁନ୍ଦରଗଡ ତା:୧/୭/୨୦୨୬(ସନ୍ଧାନ ନ୍ୟୁଜ) ରାଜ୍ୟବ୍ୟାପୀ ଚାଲିଥିବା “ନିଶାମୁକ୍ତ ଓଡ଼ିଶା ଅଭିଯାନ” ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ପକ୍ଷରୁ ଏକ ବିଶେଷ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳକୁ ନିଶାମୁକ୍ତ କରିବା ଏବଂ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।ସାରା ରାଜ୍ୟରେ ନିଶା ବିରୋଧରେ ଓଡ଼ିଶା ପୋଲିସର ଅଭିଯାନ ଜାରି ରହିଥିବା ବେଳେ, ତଳସରା ଥାନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏକ ବ୍ୟାପକ ନିଶାମୁକ୍ତ ସଚେତନତା ସଭା। ଅଞ୍ଚଳରୁ ନିଶା କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ଯୁବ ସମାଜକୁ ସୁଧାରିବା ପାଇଁ ପୋଲିସ ଏହି ପ୍ରୟାସ ଆରମ୍ଭ କରିଛି। ନିଶାକୁ ନା, ଜୀବନକୁ ହଁ। ଏହି ସ୍ଲୋଗାନକୁ ସାକାର କରିବାକୁ ଆଗେଇ ଆସିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ପୋଲିସ। ତଳସରା ଥାନା ଅଧିକାରୀ ଶ୍ରୀମତି ଯଶୋବନ୍ତ ବାଗ ଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳରେ ଏକ ନିଶାମୁକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସଚେତନତା ସଭାରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ଏବଂ ବହୁ ସଂଖ୍ୟାରେ ଯୁବକମାନେ ସାମିଲ ହୋଇଥିଲେ। ବିଶେଷ କରି ଚୋରା ମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟର ବ୍ୟବହାର କିଭଳି ପରିବାର ଓ ସମାଜକୁ ଧ୍ୱଂସ କରୁଛି, ସେ ବିଷୟରେ ସଦର ଏସଡିପିଓ ଶ୍ରୀଯୁକ୍ତ ନିର୍ମଳ ମହାପାତ୍ର ଲୋକଙ୍କୁ ବୁଝାଇଥିଲେ।ଏହି ଅବସରରେ ପୋଲିସ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିଶା ସେବନ ନ କରିବା ଏବଂ ବେଆଇନ ନିଶା କାରବାର ବିଷୟରେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି। ଗାଁ ଗାଁରେ କିପରି ନିଶାମୁକ୍ତ ପରିବେଶ ସୃଷ୍ଟି ହେବ, ସେଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ସ୍ଥାନୀୟ ଭଦ୍ର ବ୍ୟକ୍ତିମାନଙ୍କର ସହଯୋଗ ଲୋଡ଼ାଯାଇଛି। ଯେଉଁମାନେ ବେଆଇନ ଭାବେ ମଦ କିମ୍ବା ନିଶାଦ୍ରବ୍ୟ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଳସରା ପୋଲିସ ଚେତାବନୀ ଦେଇଛି। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଲୋକଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ସଦର ଏସଡିପିଓ ଶପଥ ପାଠ କରାଯାଇଥିଲେ। ତଳସରା ଥାନାର ଏହି ଜନହିତକର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମ ତଳସରା ଥାନା ଅଧିକାରୀ ଶ୍ରୀମତି ଯଶୋବନ୍ତି ବାଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ବେଳେ ଏ, ଏସ. ଆଇ. ଶ୍ରୀ ପର୍ଶୁରାମ ବିଭାର, ଏ.ଏସ.ଆଇ. ଶ୍ରୀ ସୁବାଷ ଚନ୍ଦ୍ର ମିରିଗ ସହିତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ବିପୁଳ ସଂଖ୍ୟାରେ ଯୁବପିଢି ସହିତ ବରିଷ୍ଠ ନାଗରିକ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ।ତଳସରା ପୋଲିସର ଏହି ନିଶାମୁକ୍ତ ଅଭିଯାନ ଆଗକୁ କେତେ ଦୂର ପ୍ରଭାବଶାଳୀ ହେଉଛି ଏବଂ ଅଞ୍ଚଳରେ ନିଶା କାରବାର କେତେ ମାତ୍ରାରେ କମୁଛି, ତାହା ଦେଖିବାକୁ ବାକି ରହିଲା।
ତଳସରା ଥାନା ପକ୍ଷରୁ ଏକ ବିଶେଷ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ
|
July 1, 2026 |



