ନକଲି ଅଫିସର୍ ଘର ସର୍ଭେ ବାହାନାରେ ଲୁଟୁଛନ୍ତି ଟଙ୍କା, ଥାନାରେ ମାମଲା ରୁଜୁ

Spread the love

ସୁନ୍ଦରଗଡ ତା:୧୫-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ/ବ୍ୟୁରୋ )ଅଞ୍ଚଳ ରେ ଅଜଣା ନକଲି ଅଫିସର ଘର ଘର ବୁଲି ଘର ସର୍ଭେ କରିବା ବାହାନା ରେ ଗରିବ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିବା ଖବର ସାମ୍ନା କୁ ଆସିଛି l ଏନେଇ କାଲି ତଲସରା ଥାନା ରେ ଜଣେ ମହିଳା ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଗତ ତା:୧୦-୦୬-୨୦୨୬ରିଖ ବୁଧବାର ଦିନ ୧ଟା ୩୦ମିନିଟ ସମୟ ରେ ତଲସରା ଥାନା ତୁମଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଣ୍ଡାରୀ ଶଙ୍କରା ଗ୍ରାମ ର ସାଧନୀ ଓରାମ ଘରେ ଏକୁଟିଆ ଥିବା ସମୟରେ ଦୁଇ ଜଣ ଅଜଣା ନକଲ ଅଫିସର ଘର ସର୍ଭେ କରୁଛୁ କହି ଘର କୁ ପଶିଥିଲେ l ତୁମର ଘର ମିଳିଲା କି ନାହିଁ, ତୁମକୁ ଚାଉଳ ମିଳୁଛି କି ନାହିଁ, ତୁମ ଘରେ କେତେ ଜନ ଅଛ ବୋଲି ପଚାରି ଖାଉଟି ରାସନ କାର୍ଡ କୁ ମାଗିଥିଲେ l ମହିଳା ଜଣକ ସତ ରେ ଘର ସର୍ଭେ କରିବାକୁ ଆସିଛନ୍ତି ଭାବି ଖାଉଟି ରାସନ କାର୍ଡ କୁ ବାହାର କରି ଦେଇଥିଲେ l ନକଲି ଅଫିସର ଦ୍ୱୟ ଫିଙ୍ଗର ମାଗିଲେ l ମହିଳା ଜଣକ ଫିଙ୍ଗର ମଧ୍ୟ ଦେଇଦେଲେ l ପରଦିନ ମହିଳା ଜଣକ ବ୍ୟାଙ୍କ କୁ ଯାଇ ତାଙ୍କର ପାସବୂକ ରେ ଟଙ୍କା ଚେକ କରିବାରୁ ଜଣା ପଡିଲା କି ନକଲି ଅଫିସର ମାନେ ଫିଙ୍ଗର ନେଇ ନଗଦ ଦଶ ହଜାର ଟଙ୍କା ବାହାର କରି ନେଇ ଯାଇଛନ୍ତି ବୋଲି ମହିଳା ଜଣକ ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ରହିଛି l ଲିଖିତ ଅଭିଯୋଗ ପାଇ ତଲସରା ପୋଲିସ ଏକ ସାଇବର ଠକେଇ ର କେଶ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଖବର ମିଳିଛି l ପାଇଥିବା ସୂଚନା ଅନୁସାରେ ଏହି ନକଲି ଅଫିସର ଦ୍ୱୟ ବାଲିଶଙ୍କରା ପଞ୍ଚାୟତ ର ଘୋଘର, ଶାଗ ବାହାଲ ପଞ୍ଚାୟତ ର ତିଲିଆ ଗ୍ରାମ ଭଳି ଜାଗା ରୁ ଏହିପରି ନକଲି ଘର ସର୍ଭେ ପରିଚୟ ଦେଇ ହଜାର ହଜାର ଟଙ୍କା ଲୋକ ଙ୍କ ଖାତାରୁ ଫିଙ୍ଗର ନେଇ ବାହାର କରି ନେଇଯାଇଥିବା ଖବର ସାମ୍ନା କୁ ଆସିଛି l

Related Posts

About The Author

Add Comment