ଯାଜପୁର: (ସନ୍ଧାନ ନ୍ୟୁଜ୍) ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଉଦୟଗିରି ସ୍ଥିତ ବୁଦ୍ଧଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରନ୍ତଗିରି-ଉଦୟଗିରି ସଂସ୍କୃତିକ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଗବେଷକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. ରବିନ୍ଦ୍ର ବିହାରୀଙ୍କ ଗବେଷଣାଧର୍ମୀ ଐତିହପୃଷ୍ଠଭୂମି ସମ୍ବଳିତ ପୁସ୍ତକ ଉଦୟଗିରି ଉନ୍ମୋଚିତ ହୋଇଯାଇଛି । ପରିଷଦର ସଭାପତି ରାମଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସରସ୍ୱତ ସଭାରେ ଡଃ. ଗୋବିନ୍ଦ ଭୁୟାଁ, ସମ୍ମାନୀତ ଅତିଥି ଭାବେ ଲୋକସେବକ ମଣ୍ଡଳର ସଦସ୍ୟ ଡଃ. ପ୍ରଭାସ ଆଚାର୍ଯ୍ୟ, ଡଃ. ଭାଗ୍ୟଧର ସାହୁ ପ୍ରମୁଖ ଯୋଗଦେଇ ପୁସ୍ମକ ଉଦୟଗିରିର ଐତିହାସିକ ତାତ୍ତ୍ୱିକ ପୁଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । ଡଃ ବିହାରୀ ପୁସ୍ମକର ଉପାଦେୟ ପତ୍ନତ୍ତାତିକ ଖନନ, ଶିଳାଲେଖ, କିମ୍ବଦନ୍ତୀ ସହିତ ମାଧବାପୁର ଏବଂ ସିଂହପ୍ରସ୍ତ ମହାବିଦହାର ଉପରେ ଅନେକ ଲୁକାୟିତ ତଥ୍ୟ ସମ୍ପର୍କରେ ବର୍ଣ୍ଣାନା କରିଥିଲେ । ଅତିଥି ମାନେ ଉଦୟଗିରିର ବିକାଶ ପାଇଁ ସାମୁହିକ ସହଯୋଗ ଆବଶ୍ୟକ ବୋଲି ମତଦେଇଥିଲେ । ସଭାରେ ଦୟାନିଧି ସମାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ସର୍ମ୍ପକରେ ବର୍ଣ୍ଣନା କରିôଲେ । ଶେଷର ଅଜିତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଦୁଃଶାସନ ସାହୁ, ଶୈଳେନ୍ଦ୍ର ନାରାୟଣ ରାୟ, ହରିହର ସାମଲ, ପ୍ରକାଶ ଚନ୍ଦ୍ର ଜେନା, ଦୀନବନ୍ଧୁ ବେହେରା, ରାଖଲ ଚନ୍ଦ୍ର ଜେନା, ବଳରାମ କବି, ମାଧବାନନ୍ଦ ସାହୁ, ପ୍ରଭାକର ଜେନା, ଅଂଜନ ମଲିକ, ପ୍ରଭାକର ଜେନା, ପ୍ରମୋଦ ଦାସ, କପିଳ ସାମଲ, ପ୍ରସନ୍ନ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ପହିଲ ରଜରେ ଗବେଷଣାଧର୍ମୀ ପୁସ୍ତକ ଉଦୟଗିର ଉନ୍ମୋଚିତ
|
June 15, 2026 |



