ସୁନ୍ଦରଗଡ ତା:୩୧/୫/୨୦୨୬(ସନ୍ଧାନ ନ୍ୟୁଜ) ସରକାରଙ୍କ ଯୋଜନା ବାଟବଣା। ଗରିବଙ୍କ ପେଟକୁ ଲାତ ମାରି ମାଲେମାଲ ହେଉଛନ୍ତି ଦୁର୍ନୀତିଖୋର। ଗ୍ରାମାଞ୍ଚଳରେ ଜଳ ସଂରକ୍ଷଣ ଓ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଆରମ୍ଭ ହୋଇଥିଲା ମହତ୍ତ୍ୱାକାଂକ୍ଷୀ ‘ଅମୃତ ସରୋବର’ ପ୍ରକଳ୍ପ। ହେଲେ ଏଠି ଯୋଜନାର ଅମୃତ ତ ଦେଖାଯାଉନି, ବରଂ ଦୁର୍ନୀତିର ବିଷ ଚାରିଆଡ଼େ ବ୍ୟାପିବାରେ ଲାଗିଛି।
ପ୍ରକଳ୍ପ ସ୍ଥାନରେ କୌଣସି କାର୍ଯ୍ୟସୂଚୀ ବା ସୂଚନା ଫଳକ ଲଗାଯାଇ ଥିଲେ ମଧ୍ୟ ସେଥିରେ ବିବରଣୀ ସ୍ଥାନ ଖାଲି ପଡ଼ିଛି । କେତେ ଟଙ୍କାର ବଜେଟ୍, କେବେ କାମ ଆରମ୍ଭ ହେଲା ଆଉ କେବେ ଶେଷ ହେବ, ସେନେଇ କୌଣସି ତଥ୍ୟ କାହାରି ପାଖରେ ନାହିଁ। ବିନା କୌଣସି କାର୍ଯ୍ୟସୂଚୀରେ ମନମୁଖୀ ଭାବେ ଅଧପନ୍ତରିଆ କାମ କରି ଛାଡ଼ି ଦିଆଯାଇଛି। ଏପରି ଏକ ଘଟଣା କୁସୁମୁରା ପଞ୍ଚାୟତ ସାଙ୍କୋବାହାଲର ଅମୃତ ସରୋବର କାର୍ଯ୍ୟରେ ଦେଖିବାକୁ ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଗରିବ ଖଟିଖିଆଙ୍କ ପେଟକୁ ଲାତ ମାରୁଥିବା ଏହି ଦଲାଲ ଓ ଭ୍ରଷ୍ଟ ଅଧିକାରୀଙ୍କ ଉପରେ କେବେ ହେବ ଆକ୍ସନ? କେବେ ମିଳିବ ଗରିବ ଲୋକଙ୍କୁ ସେମାନଙ୍କ ଉଚିତ୍ ପ୍ରାପ୍ୟ ସହିତ ମୌଳିକ ଅଧିକାର ? ତାହା ଦେଖିବାକୁ ବାକି ରହିଲା।
ବିନା କାର୍ଯ୍ୟସୂଚୀ ଦର୍ଶାଇ ଅମୃତ ସରୋବର ଅଧପନ୍ତରିଆ କାମ କରି ଗରିବ ଲୋକର ଟଙ୍କା ହଡ଼ପ ହେବା ସହିତ ମୌଳିକ ସୁବିଧାରୁ ବଂଚିତ
|
May 31, 2026 |



