ଭଦ୍ରକ : ୨୯/୫/୨୬ (ସନ୍ଧାନ ନ୍ୟୁଜ ) ଭଦ୍ରକ ଜିଲ୍ଲାର ପାଳିଆ ବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ଏକ ପାଞ୍ଚ ହଜାର ଛାତ୍ର ଛାତ୍ରୀ ପଢ଼ୁ ଥିବା କଲେଜ। ଏହି କଲେଜ କୁ ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ରୁ ଦୁଇ କିଲୋମିଟର ଗୋଟିଏ ରାସ୍ତା ଅଛି। ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ସବୁ ଆଡ଼େ ଖାଲ ଢିପ, ସବୁ ଦିନେ ଦୁର୍ଘଟଣା ଘଟି କ୍ଷତ ବିକ୍ଷତ ହେଉଛନ୍ତି ଛାତ୍ର ଛାତ୍ରୀ। ମ୍ବାର ମ୍ୱାର ଦାବି ହେଉଥିଲେ ମଧ୍ୟ ଭଦ୍ରକ ପୂର୍ତ୍ତ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଉ ନାହିଁ। ଫଳ ସ୍ୱରୂପ ଏଠାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପାଳିଆ ବିନ୍ଧା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଯଶୋଦା ମଲ୍ଲିକ, ପାଳିଆ ବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୁଲ୍ୟ ପରିଡ଼ା। ଯୁବ ନେତା ଶ୍ରୀଯୁକ୍ତ ଉଷା କାନ୍ତ ନାୟକ ଏହି ରାସ୍ତା କୁ ଯଥା ଶୀଘ୍ର ସମ୍ପ୍ରସାରିତ କରିବା ପାଇଁ ଭଦ୍ରକ ପୂର୍ତ୍ତ ବିଭାଗ ପାଖରେ ଦାବି କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ଭଦ୍ରକ ପୂର୍ତ୍ତ ବିଭାଗ କୁ କଣ ପାଳିଆ ବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ର ରାସ୍ତା ଦେଖା ଯାଉନାହିଁ
|
May 29, 2026 |



