ଯାଜପୁର ସଦର, : ୮/୫/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଳା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମର ପଞ୍ଚମୁଖୀ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ଏହି ଅବସରରେ ଯଜ୍ଞ ଉତ୍ସବ ଅନୁଷ୍ଠିତ କରାଯାଇଥିବା ବେଳେ ପଣ୍ଡିତ ଗଣେଶ୍ଵର ପଣ୍ଡା,ନନ୍ଦ କିଶୋର ପଣ୍ଡା,ଚନ୍ଦ୍ର ଭାନୁ ପଣ୍ଡା,ପୂର୍ଣ୍ଣ ଚନ୍ଦ୍ର ପତି, ପଣ୍ଡିତ ଗିରିଜ ଚନ୍ଦ୍ର ଦାସଙ୍କ ନେତୃତ୍ଵରେ ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିବା ବେଳେ କର୍ତ୍ତା ଭାବେ କନକ ଲତା ସାହୁ,ବ୍ରଜ କିଶୋର ସାହୁ,୧୦୮ କଳସ ବ୍ରାହ୍ମଣୀ ନଦୀ ଜଳ ଉଠାଇ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା । ଶନିବାର ଠାରୁ ଅଧିବାଶ କରାଯିବା ସହିତ ଏହି ଯଜ୍ଞ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟ କରାଯାଇଛି । ଏହି ଗ୍ରାମର ଅଭୟ ସାହୁ,ଗଙ୍ଗାଧର ସାହୁ,ମୁରଲୀ ସାହୁ,ସୁବାସ ବିଶ୍ଵାଳ, ବାବନ ସାହୁ, ଗଣେଶ୍ଵର ସାହୁ, ବାବନ ନାୟକ, ଚନ୍ଦନ ସାହୁ,ରତ୍ନବିଜୟ ଦେବାଶିଷ ସାହୁଙ୍କ ସାହାଯ୍ୟ ସହଯୋଗରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ରୁଦ୍ରପୁରରେ ହନୁମାନ ଯଜ୍ଞ ଅନୁଷ୍ଠିତ ହେଉଛି
|
May 8, 2026 |



