ଯାଜପୁର ସଦର, : ୮/୫/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ନିକଟରେ ୧୬ ନଂ ଜାତୀୟ ରାଜପଥ ପୋଲ ଭୁଷୁଡି ପଡିଥିବା ବେଳେ ଏହା ମଧ୍ୟରେ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଥିଲେ ମଧ୍ୟ ଯାତାୟତ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଉକ୍ତ ବ୍ୟସ୍ତବହୁଳ ବାଇପାସ ରାସ୍ତାରେ ଦୁର୍ଘଟଣାରେ ଅନେକ ଧନ ଜୀବନ ହାନି ହେଉଛି । ଯାତାୟତ ନିୟମ କରିବା ପାଇଁ ଲାଇନ୍ସ କ୍ଲବର ଯୁବ ସଂଗଠକ ଜନ୍ମଜୟ ସାହୁଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲା ଅମ୍ବର କୁମାର କାରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରାଯାଇ ଯାତାୟତ ବ୍ୟବସ୍ଥା କରାଯିବା ନେଇ ପ୍ରତିଶୃତି ଦେଇଥିବା କର୍ମକର୍ତ୍ତା ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦାବି ପତ୍ର ସରୋଜ ପଣ୍ଡା,ସିସିର ପଣ୍ଡା,ବିକାଶ ସାହୁ, ମାନସ ଆଷ,,,, ରୁଦ୍ର ଓଝା,ସ୍କୃତି ନାୟକ, ସୋମ୍ୟ ରଂଜନ ଦାସ, ନିତ୍ୟାନନ୍ଦ ଦାସ,ଆସିସ୍ ଦାସ, ଦିବ୍ୟଜ୍ୟୋତି ରାଉଳ ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ୨୦୨୩ ଜୁଲାଇ ୧୮ରେ ସେତୁ ପଡିଥିଲା । ହେଲେ ନିର୍ମାଣ କାର୍ଯ୍ୟ ଫେବୃୟ।ରୀରେ ଶେଷ କରା ଯାଇ ଏନ୍ଏଚ୍ଆଇ ସଂସ୍ଥାକୁ ହସ୍ତାନ୍ତର କରିଚି ସେତୁ ଭୁସୁଡିବା ପରେ ୨୧, ୨୦୨୩ ଜୁଲାଇ ରେ ନୂଆଦିଲ୍ଲୀ କୋଲକାତାର କେନ୍ଦ୍ରୀୟ ବିଶେଷଜ୍ଞ ଦଳର ଏସକେ ଶର୍ମା, ଆଲୋକ ପାଣ୍ଡେ,ଏନ୍ଏଚଆଇ ପ୍ରକଳ୍ପ ନିର୍ଦ୍ଦେଶକ ଅନୁଧ୍ୟାନ କରିବା ସହିତ ସମୀକ୍ଷା ମଧ୍ୟ କରିଥିଲେ । ସେତୁର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସେତୁର ୨ ପାଶ୍ବ ମାଟି ବନ୍ଧ କରାଯାଇ ଯାତାୟତ ବନ୍ଦକରାଯାଇଛି ସେତୁ ଉପରେ ଯାନବାହନ ଯାତାୟତ କରାଯିବା ପାଇଁ ଓ ଲୋକେ ଯାତାୟତ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି ।
ଯାଜପୁର ଜିଲ୍ଲାପାଳଙ୍କୁ ଭେଟିଲେ ସଂଗଠନ ସଦସ୍ୟ
|
May 8, 2026 |



