ଯାଜପୁର ସଦର, : ୨୯/୪/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ ଡାହାଣହତା ପଞ୍ଚାୟତସ୍ତ ଡାହାଣହତା ଗ୍ରାମରେ ସଙ୍କଟମୋଚନ ପ୍ରଭୁ ହନୁମାନଙ୍କ ୯ବାର୍ଷିକ ଉତ୍ସବ ୨୦ତାରିଖରୁ ଆରମ୍ଭ ହୋଇଥିବାବେଳେ ୨୨ତାରିଖ ବୁଧବାର ଦିନ ଶେଷ ହେବ | ଆଜି ମହୋତ୍ସବର ଦ୍ୱିତୀୟ ଦିବସରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଗ୍ରାମବାସୀ ତଥା କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ।ସରକାର ବଦଳିବା ପରେ ବବିଙ୍କ କମିନି ଲୋକପ୍ରିୟତା।ହନୁମାନ ମହୋତ୍ସବକୁ ଯୋଗ ଦେବାପାଇଁ ଆସିଥିବାବେଳେ ସାଙ୍ଗରେ ଶହ ଶହ କର୍ମୀ ଯୋଗ ଦେଇଥିବାବେଳେ ଡାହାଣହତା ଗ୍ରାମର ମହିଳା ମାନଙ୍କ ଉପସ୍ଥିତ ବବିଙ୍କ ପ୍ରଭାବ ବେଶ ଅନୁଭବ ବାରି ହୋଇପଡୁଥିଲା।ବିରାଟ ପୁଷ୍ପ ହାର ଦେଇ କମିଟି ତରଫରୁ ପ୍ରଣବ ପ୍ରକାଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସୌମ୍ୟ ରଞ୍ଜନ ସୁତାର ଓ ତାଙ୍କ ସହଧର୍ମିଣୀ ସୌମ୍ୟା ରାଣୀ ସୁତାର ସଂକଳ୍ପ କରିଥିବାବେଳେ ପୂଜକ ମାନସ କୁମାର ପାଢ଼ୀ,ପ୍ରଣବ କେଶରୀ ଷଡ଼ଙ୍ଗୀ ପୁରୋହିତଙ୍କ ମନ୍ତ୍ରଧ୍ୱନି ଶ୍ରୋତା ମାନଙ୍କୁ ବେଶ ଆକୃଷ୍ଟ କରୁଥିଲା।ମହୋତ୍ସବ ଖୁବ ଧୂମଧାମରେ ପାଳିତ ହେଉଥିବା ବେଳେ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର,ଜିଲ୍ଲାପରିଷ ସଭ୍ୟା ମାମିନା ମଲ୍ଲିକ,ଡାହାଣହତା ପଞ୍ଚାୟତ ସରପଞ୍ଚ ପଦ୍ମାବତୀ ବିଶ୍ୱାଳ,ଦଶରଥପୁର ପଞ୍ଚାୟତ ସମିତି ସଭ୍ୟ ପ୍ରଶାନ୍ତ ମଲ୍ଲିକ,ଜୟନ୍ତରା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅଜିତ ସାମଲ, ଅସନପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କାଶୀନାଥ ମଲ୍ଲିକ,ଦଶରଥପୁର ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ଶରତ କାଣ୍ଡି,ଦୀପକ ରାୟ,ଗଣେଶ ପହି,ବିଶ୍ୱଜିତ ଜେନା,ପପୁ ଦାସ, କାହ୍ନୁ ଦାସ,ମାନସ ସାମଲ,କାଶୀନାଥ ଓଝାଙ୍କ ସମେତ ଡାହାଣହତା ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
ହନୁମାନ ମହୋତ୍ସବରେ ଯୋଗ ଦେଇ ଆଶିଷ ଗ୍ରହଣ କଲେ ପ୍ରଣବ ପ୍ରକାଶ
|
April 29, 2026 |



