ରାମନବମୀ ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଶୋଭାଯାତ୍ରା

Spread the love

ଯାଜପୁର ସଦର,  ୩୧/୩/୨୬ (ସନ୍ଧାନ ନ୍ୟୁଜ )  : ରାମନବମୀ ଉପଲକ୍ଷେ ସାରା ଭାରତବର୍ଷ ଜୟଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଉଥିବାବେଳେ ଆଜି ଦଶରଥପୁର ବ୍ଲକ ମଙ୍ଗଳପୁର ବଜାରରେ ମଧ୍ୟ ରାମ ନବମୀ ଉପଲକ୍ଷେ ଏକ ବିରାଟ ରାଲି (ଶୋଭାଯାତ୍ରା ) ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ମୃତ୍ୟୁଞ୍ଜୟ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ଯାଜପୁର ଜିଲ୍ଲା ପ୍ରଖଣ୍ଡ ମହାବିଦ୍ୟାଳୟ ପ୍ରମୁଖ ପ୍ରଭୁଦେବ ପଣ୍ଡାଙ୍କ ନେତୃତ୍ୱରେ ରାଲିଟି ଶୁଶୁଆ ପଞ୍ଚାୟତସ୍ତ ଈଶ୍ୱରପୁର ଠାରୁ ବାହାରି ମଙ୍ଗଳପୁର ବଜାର ମଧ୍ୟଦେଇ କାଟିଆ ଛକରେ ପହଁଞ୍ଚିବା ପରେ ସେଠାରୁ ଅହିୟାସ ଦେଇ ବ୍ରହ୍ମଚାରୀ ପାଟଣା ଯାଏ ଏହି ଯାଇଥିଲା।ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ହଜାରେରୁ ଉର୍ଦ୍ଧ ରାମ ଭକ୍ତ ଯୋଗ ଦେଇଥିବା ବେଳେ ଏହି ରାଲିରେ ବହୁ ମହିଳା ରାମ ଭକ୍ତ ଯୋଗ ଦେଇଥିବା ଦେଖିବା ପାଇଁ ମିଳିଥିଲା ।ଡିଜେର ତାଳେ ତାଳେ ଭକ୍ତ ମାନେ ଝୁମିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିବାରେ ଲୋକନାଥ ଦାସ,କୈଳାଶ ବାରିକ,ସୁରକ୍ଷା ପ୍ରମୁଖ ରାମକ୍ରିଷ୍ଣା,ଦେବାଶିଷ ଦେବ,ସନ୍ତୋଷ ସାମଲ,ଦୀପ୍ତି ରଞ୍ଜନ ଜେନା,ଚନ୍ଦନ ସାମଲ,ସନ୍ତୋଷ ପଣ୍ଡା,ବିଗ୍ନେଶ୍ୱର ବେହେରା,ଜୟଦେବ ଜେନା,ଭୋଜନ ପ୍ରମୁଖ ଦୀପକ ଗୋଛାୟତ,ମନୋଜ,ଅମରେନ୍ଦ୍ର ସେଠି,ଆଶିଷ ସାହୁ ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ସହଯୋଗ କରିଥିଲେ।ମଙ୍ଗଳପୁର ଥାନା ଅଧିକାରୀ ରଞ୍ଜନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ କାର୍ଯ୍ୟକ୍ରମ ଆରମ୍ଭରୁ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Related Posts

About The Author

Add Comment