୧୯୯୧ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ଗୁରୁପୂଜନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

Spread the love

ଯାଜପୁର ସଦର, ୩୧/୩/୨୬ (ସନ୍ଧାନ ନ୍ୟୁଜ )  :ଦଶରଥପୁର ବ୍ଲକ ଦୁଦୁରାଅନ୍ତା ପଞ୍ଚାୟତସ୍ତ ଗରିବବନ୍ଧୁ ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକବ୍ୟାଚ ଛାତ୍ର ଛାତ୍ରୀଙ୍କ ଗୁରୁପୂଜନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପୁରାତନ ଛାତ୍ରୀ ସୀମାରାଣୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପୁରାତନ ଶିକ୍ଷକ ଗୋପବନ୍ଧୁ ତ୍ରିପାଠୀ,ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ନଗେନ ରାଉତ, ଅନନ୍ତ କିଶୋର ଶତପଥୀ, ପ୍ରଫୁଲ ତ୍ରିପାଠୀ, ବୈକୁଣ୍ଠ ନାୟକ, ପରୀକ୍ଷିତ ଷଡ଼ଙ୍ଗୀ,ପଞ୍ଚସଖା ଶିକ୍ଷା ସେତୁ ସଭାପତି ଶରତ ଚନ୍ଦ୍ର ତ୍ରିପାଠୀ,ଦୁଦୁରାଅନ୍ତା ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ଶିଶିର ରାଉତଙ୍କ ସମେତ ବର୍ତମାନ ବିଦ୍ୟାଳୟରେ ଶିକ୍ଷା ଦାନ କରୁଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅତିଥି ରୂପେ ଯୋଗ ଦେଇଥିଲେ।ବିଦ୍ୟାଳୟ ଛାତ୍ରଛାତ୍ରୀ ଅତିଥି ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବାବେଳେ ଅଭିଲିପ୍ସା ପତି ସ୍ୱାଗତ ସଂଗୀତ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ।ଅତିଥି ମାନେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିବାବେଳେ ଦିବଂଗତ ଶିକ୍ଷକ ନିରଞ୍ଜନ ବଳ,ସୁରେଶ ଚନ୍ଦ୍ର ପାତ୍ର,ଘନଶ୍ୟାମ ତ୍ରିପାଠୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ନାୟକ, ମହନୀ ଦାସ,ଦିବଂଗତ ଛାତ୍ର ଶ୍ୟାମ ସୁନ୍ଦର ମଲ୍ଲିକ,ସୁବ୍ରତ ମେକାପଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରିଥିଲେ।ପୁରାତନ ଛାତ୍ର ନିରଞ୍ଜନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଛାତ୍ର ଆଲୋକ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଦୀର୍ଘ ୩୫ବର୍ଷ ପରେ ସହପାଠୀ ମାନେ ପରସ୍ପରଙ୍କୁ ନିକଟରେ ପାଇ ବେଶ ଭାବ ବିହ୍ଵଳ ହୋଇଥିବା ବେଳେ ଶିକ୍ଷକ ମାନଙ୍କ ପାଇଁ ଆଜି ସଫଳତା ପାଇଛନ୍ତି ବୋଲି ନିଜ ନିଜ ମତ ପ୍ରକାଶ କରିଥିଲେ।ସେହିପରି ଶିକ୍ଷକ ମାନେ ୩୫ବର୍ଷ ପରେ ନିଜ ଛାତ୍ର ଛାତ୍ରୀଙ୍କ ସମେତ ସେମାନଙ୍କ ପରିବାର ବର୍ଗଙ୍କୁ ଦେଖି ବେଶ ଆନନ୍ଦ ପ୍ରକାଶ କରିଛନ୍ତି।କାର୍ଯ୍ୟକ୍ରମ ପରିଚାଳନା କରିବାରେ ୧୯୯୧ମସିହା ମେଟ୍ରିକ ବ୍ୟାଚର ସମସ୍ତ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।

Related Posts

About The Author

Add Comment