ଗଣପତି ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ,ପୁରସ୍କାର ପ୍ରଦାନ ଓ ପୂଜ୍ୟପୂଜା

Spread the love

କଟକ, ୩୧/୩/୨୬ (ସନ୍ଧାନ ନ୍ୟୁଜ୍) : କଟକ ସଦର ବିରିବାଟୀ ଉପକଣ୍ଠ ବମ୍ବୁରୀ ଗଣପତି ଶିଶୁ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଉତ୍ସବରେ ବିଦ୍ୟା ବିକାଶ ସମିତିର ସମ୍ପାଦକ ଯୋଗେନ୍ଦ୍ର ନାଥ ବସ୍ତିଆ ଉଦ୍ଘାଟକ,ସମାଜସେଵୀ ଆର୍ତ୍ତ ରଞ୍ଜନ ବିଶ୍ୱାଳ ମୂଖ୍ୟ ଅତିଥି, ବିଦ୍ୟାବିକାଶ ସମିତିର ସଭାପତି ଡ.ରମେଶ ଚନ୍ଦ୍ର ଦାସ  ଭାବରେ ସାମ୍ୱାଦିକ ଦୁର୍ଗା ମାଧବ ପଟ୍ଟନାୟକ,କନ୍ଦରପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଭାସୀନୀ ରାଉତ ସମ୍ନାନୀତ ଅତିଥି ଭାବେ ଯୋଗଦାନ ଦେଇଥିଲେ । ଶିଶୁ ମନ୍ଦିରର ଅଧ୍ୟକ୍ଷ ଶିକ୍ଷାବିତ୍ ଉମାକାନ୍ତ ଭୂୟାଁ ସଭାପତିତ୍ଵ କରିଥିଲେ । ଉଲ୍ଳେଖନୀୟ ସଫଳତା ନେଇ ସେବା ନିବୃତ ସେନା ଅଧିକାରୀ  ଲକ୍ଷ୍ମୀଧର ରାଉଳ ଓ ବ୍ରହ୍ମହଜ୍ଞାନୀ  ଅନାମ ଚରଣ ରାଉତଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା l ଶିଶୁ ମନ୍ଦିରର ଅଧ୍ୟକ୍ଷ ସାହିତ୍ୟିକ ଉମାକାନ୍ତ ଭୂୟାଁ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ପ୍ରଧାନ ଆଚାର୍ଯ୍ୟା ଜୟନ୍ତୀ ପତି ବାର୍ଷିକ ବିବରଣୀ ପାଠ ଏବଂ ସମାଜସେବୀ ଇଂ.ସେବକ ଶ୍ରୀକାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ସମାଜସେବୀ ଦୁର୍ଗା ପ୍ରସାଦ ପରିଡା ମଞ୍ଚ ପରିଚାଳନା କରିବା ସହ ନିରଞ୍ଜନ ପରିଡା,ଭିକାରି ଚରଣ ବେହେରା,ଅଭୟ ମହାପାତ୍ର,ସଂଗୀତ ଗୁରୁ ବଳରାମ ରାଉତ,ନୃତ୍ୟ ଗୁରୁ ସୋମନାଥ ସାହୁ,ବାଗଦେବୀ ସାହୁ, ମଧୁସ୍ମିତା ସାହୁ,ମଧୁସ୍ମିତା ବେହେରା, ରୋଜି ବେଉରା,ଅମିତା  ପାତ୍ର,ସୁନିତା ସ୍ୱାଇଁ ଆଦି ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଗୁରୁମା ଶୁଭସ୍ମିତା ପରିଡା ଓ ପୁର୍ଣିମା ବେହେରା  ନିର୍ଦ୍ଦେଶନା ସହ ଗୁରୁମା,ଗୁରୁଜୀ ଓ ସ୍କୁଲର କର୍ମଚାରୀଙ୍କ ସହଯୋଗରେ ଆକର୍ଷଣୀୟ ନାଟକ “ମା ଖୋଜେ ମମତା ” ପିଲା ମାନଙ୍କ ଦ୍ୱାରା ପ୍ରଦର୍ଶିତ କରା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରିତାମ୍ବରା ରାଉତ,ସ୍ଵର୍ଣଲତା ମୁଦୁଲି,ମୁସରାତୁନ ନିଶା,ବିଜୟ ଭୂଷଣ ପରିଡା,ଶେଫ୍ ଉଲ୍ଲା ଖାନ୍,ଅରକ୍ଷିତ ଭୋଇ,ଭଗବାନ ମୁଦୁଲି,ରବୀନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।  ମଧୁସ୍ମିତା ସାହୁ  ଧନ୍ୟବାଦ ଜ୍ଞାପନ  କରିଥିଲେ।

Related Posts

About The Author

Add Comment