ମାରୁତି କୃପା ପରିଷଦ ଆନୁକୁଲ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

Spread the love

ଯାଜପୁର ସଦର, ୩୦/୩/୨୬ (ସନ୍ଧାନ ନ୍ୟୁଜ ) : ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତର ନିର୍ମରୀ ପଡ଼ିଆରେ ଥିବା ଶ୍ରୀରାମ ଚନ୍ଦ୍ରଙ୍କର ୧୬ତମ ବାର୍ଷିକ ସ୍ୱନକ୍ଷେତ୍ର ଦିବସ ଅନୁଷ୍ଠିତ କରାଯାଉଛି । ଏହି ଅବସରରେ ମାରୁଡ଼ି ମାରୁତି କୃପା ପରିଷଦ ଟ୍ରଷ୍ଟ ପକ୍ଷରୁ ଆୟୋଜନ କରାଯାଇଛି । ୨୯/୩/୨୦୨୬ ରବିବାର ଠାରୁ ତା ୧/୪/୨୦୨୬ ପର୍ଯ୍ୟନ୍ତ ୪ ଦିନ ଧରି ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ କରାଯାଉଛି । ୩୦ ତାରିଖରେ କଳସ ସୋଭାଯାତ୍ରା ୩୧ ତାରିଖ ମଙ୍ଗଳବାର ଯଜ୍ଞର ଆହୁତି ବରିଷ୍ଠ ପଣ୍ଡିତ ମାନଙ୍କୁ କର ଯଜ୍ଞ କାର୍ଯ୍ୟ କରାଯାଉଥିବା ବେଳେ ପ୍ରବଚକ ଦିବାକର ଦାସ( ପୁରୀ) ପ୍ରବଚନ । ଦେବେ ବୋଲି ମାରୁତି କୃପା ପରିଷଦ ପକ୍ଷରୁ ଜଣାଯାଇଛି । ସାଂସ୍କୃତିକ କାର୍ଯ୍ୟ ଭଜନ ସଂଧ୍ୟା ପରିବେଶଣ କରାଯିବା ସହିତ ଉପଦେଷ୍ଟା ଅର୍ଜୁନ ଚରଣ ମହାନ୍ତୀ ଯୋଗ ଦେବେ ବୋଲି ଜଣାଯାଇଛି । ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦେଖି ମାରୁତି କୃପା ପରିଷଦ ପକ୍ଷରୁ ଆୟୋଜନ କରାଯାଇଛି ।ଶ୍ରୀରାମ ଭକ୍ତମାନେ ଯୋଗଦେବେ ବୋଲି ଜଣାଯାଇଛି ।

Related Posts

About The Author

Add Comment