ପାଳିଆ ବିନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମାନେ କେବେ ହେବେ ନିୟମିତ।

Spread the love

ଓଡିଶା ରେ ଏବେ ୨୦୪ଟି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ବହୁ ଦୁଃଖ କଷ୍ଟ ରେ ସମୟ ବିତାଉଛନ୍ତି। ଦୀର୍ଘ ପନ୍ଦର ରୁ କୋଡିଏ ବର୍ଷ ଶିକ୍ଷକତା କଲା ପରେ ସେମାନଙ୍କୁ ନିୟମିତ ନ କରିବା ରାଜ୍ୟ ସରକାର ଙ୍କୁ ମହଙ୍ଗା ପଡ଼ିପାରେ ବୋଲି ସହର, ଗ୍ରାମାଞ୍ଚଳ ରେ ଚର୍ଚା ଚାଲିଛି। ଏଭଳି ଏକ ବିଦ୍ୟାଳୟ ହେଉଛି ପାଳିଆ ବିନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରାୟ ବାର ଜଣ ଶିକ୍ଷକ,ଶିକ୍ଷୟତ୍ରୀ ବହୁ ସମସ୍ୟା ଭିତରେ ବିଦ୍ୟାଳୟ କୁ ଚଳାଉଛନ୍ତି। କୋଡ଼ିଏ ବର୍ଷ ଧରି ଶିକ୍ଷକତା କଲା ପରେ ବି ରାଜ୍ୟ ସରକାର ସେମାନଙ୍କୁ ନିୟମିତ ନ କରିବା ଗଣ ଶିକ୍ଷା ବିଭାଗ ର ଅପାରଗତା କୁ ପଦା ରେ ପକାଇ ଦେଇଛି। ରାଜ୍ୟ ସରକାର ଏହି ଶିକ୍ଷକ ମାନଙ୍କୁ କେବେ ନିୟମିତ କରି ତାଙ୍କ ପ୍ରାପ୍ୟ ପ୍ରଦାନ ଦିଗରେ ସହଯୋଗ କରିବେ ତାହା ଦେଖିବକୁ ବାକି ରହିଲା। ସରକାର ଯଦି ଆମ ଦୁଃଖ ନ ଶୁଣନ୍ତି ତେବେ ଆମେ ଆତ୍ମହତ୍ୟା କରିବି ବୋଲି ଶିକ୍ଷୟତ୍ରୀ ଶ୍ରୀମତୀ ସୁଲୋଚନା ସାହୁ ମତ ପ୍ରକାଶ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ news ଓଡ଼ିଆ।

Related Posts

About The Author

Add Comment