ଓଡ଼ିଶା ଭଳି ଏକ କୃଷି ସମୃଦ୍ଧ ରାଜ୍ୟରେ ୧୯୯୦ ପରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ର ମେଣ୍ଟ କଂଗ୍ରେସ କୁ ପରାଜିତ କରି ସରକାର ଗଠନ କରିଥିଲା। କଂଗ୍ରେସ ପ୍ରତି ଜନସାଧାରଣ ବିମୁଖତା ନବୀନ ପଟ୍ଟନାୟକ ଙ୍କ ନେତୃତ୍ଵ ରେ ମେଣ୍ଟ ସରକାର କ୍ଷମତା ଦଖଲ କରି ଥିଲା। ଏହି ସରକାର ରେ ମନମୋହନ ସାମଲ ଥିଲେ ରାଜସ୍ବ ମନ୍ତ୍ରୀ। ୯ ବର୍ଷ ସୁରୁଖୁରୁ ରେ ମେଣ୍ଟ ସରକାର କ୍ଷମତା ରେ ରହିବା ପରେ, ବିଜୁ ଜନତା ଦଳ ଓ ବିଜେପି ମଧ୍ୟ ରେ ତିକ୍ତତା ଆରମ୍ଭ ହୋଇ ଥିଲା। ଫଳ ରେ ମେଣ୍ଟ ପ୍ରସଙ୍ଗରେ ବିଜୁ ଜନତା ଦଳ ସମୀକ୍ଷା କରି ଥିଲା। ବିଜୁ ଜନତା ଦଳ ଏକାକୀ ନିର୍ବାଚନ ଲଢ଼ିବାକୁ ସ୍ଥିର କରି ଥିଲା। ନିର୍ବାଚନ ରେ ବିଜେପି ର ଶୋଚନୀୟ ପରାଜୟ ହେଲା। ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ କ୍ଷମତାକୁ ଫେରିବା ବିଜେପି କୁ ବହୁତ କଷ୍ଟ ଦେଇଥିଲା। ଦୀର୍ଘ ପନ୍ଦର ବର୍ଷ ବିଜୁ ଜନତା ଦଳ ଏକଛତ୍ର ବାଦ ଶାସନ କଲା।୨୦୨୩ ରେ ମନମୋହନ ସାମଲ ଙ୍କୁ ଓଡ଼ିଶା ବିଜେପି ର ସଭାପତି ପଦ ମିଳିଲା। ମନମୋହନ ସାମଲ ସଭାପତି ହେବା ପରେ ବିଜେପି କିପରି ଆଗକୁ ସରକାର ଗଠନ କରିବ ସେଥି ପାଇଁ ଏକ ନୂଆ ରଣନୀତି ପ୍ରସ୍ତୁତ କଲେ। ବିଦ୍ୟୁତ୍ ବିଲ ଛାଡ, ସୁଭଦ୍ରା ଯୋଜନା, ବୃଦ୍ଧା ଙ୍କୁ ତିନି ହଜାର ଟଙ୍କା ଭତ୍ତା, ଏଭଳି ବହୁ ଯୋଜନା ଓଡ଼ିଶାବାସୀ ଙ୍କୁ ଉପହାର ପ୍ରଦାନ କରିଥିଲେ। ଯାହା ଫଳରେ ଓଡ଼ିଶା ବାସି ନବୀନ ପଟ୍ଟନାୟକ ଙ୍କୁ ପ୍ରତ୍ୟାଖାନ କରି ବିଜେପିକୁ ଶାସନ ଭାର ଅର୍ପଣ କରି ଥିଲେ।ଚାନ୍ଦବାଲି ବିଧାନ ସଭା ରୁ ହାରି ଯାଇ ଥିଲେ ମନମୋହନ ସାମଲ। ନିଜର ସାଂଗଠାନିକ ଦକ୍ଷତା ଯୋଗୁଁ ଓଡ଼ିଶା ରେ ବିଜେପି ୭୮ ଟି ଆସନ ରେ ଜିତାଇ ଥିଲେ ମନମୋହନ ସାମଲ। ପ୍ରାୟ ଅଠର ମାସ ସରକାର ପରେ ରାଜ୍ୟ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା। କେନ୍ଦ୍ର ବିଜେପି ପକ୍ଷରୁ ମନମୋହନ ସାମଲ ଙ୍କୁ ରାଜ୍ୟସଭା ସଦସ୍ୟ ରୁପେ ଦଳ ନିଷ୍ପତ୍ତି କରିଥିଲା। ଏଠାରେ ପ୍ରଶ୍ନ ଉଠୁଛି, ମନମୋହନ ସାମଲ ରାଜ୍ୟ ସଭା କୁ ଗଲା ପରେ ଓଡ଼ିଶା ବିଜେପି ଦୁର୍ବଳ ହୋଇ ଯିବନି ତ? ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହା ଦଳ ପାଇଁ ଘାତକ ହେବନି ତ? ପରବର୍ତ୍ତୀ ସମୟରେ କାହା ଉପରେ ନିର୍ଭର କରିବ ଦଳ। ପଞ୍ଚାୟତ ନିର୍ବାଚନ ରେ ଦଳ ହାରି ଯିବନି ତ? ଆମ ଭଦ୍ରକ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ଗ୍ରାଉଣ୍ଡ ଜିରୋ ରୁ ତଥ୍ୟ ଦେଇ କହିଛନ୍ତି ପ୍ରାୟ ସମସ୍ତ ବିଜେପି ନେତା ଓ କର୍ମୀ ଙ୍କ ମତ, ମନମୋହନ ସାମଲ ଙ୍କ ପରେ ଦଳ କୁ କେହି ସଜାଡି ପାରିବେ ନାହିଁ। ତେଣୁ ମନମୋହନ ସାମଲ ରାଜ୍ୟ ସଭା କୁ ଯିବା ଉଚିତ୍ ନୁହେଁ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ମନମୋହନ ସାମଲ ରାଜ୍ୟ ସଭା କୁ ଯିବା ପରେ, ଓଡ଼ିଶା ରେ ବିଜେପି ଦୁର୍ବଳ ହେବନି ତ?
|
March 9, 2026 |



