ସୁନ୍ଦରଗଡ଼ ତା:୪/୩/୨୦୨୬ (ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକର କୁରୁମକେଲ ଗ୍ରାମରେ ପାରମ୍ପରିକ ଢଙ୍ଗରେ ପାଳିତ ହୋଇଛି ପବିତ୍ର ଦୋଳ ପୂର୍ଣ୍ଣିମା। ଭକ୍ତି ଓ ରଙ୍ଗର ଏହି ମହାମିଳନରେ ସାରା ଗ୍ରାମ ଉତ୍ସବମୁଖର ହୋଇଉଠିଛି। ଗ୍ରାମର ଆରାଧ୍ୟ ଦେବତାଙ୍କୁ ଏକ ସୁସଜ୍ଜିତ ବିମାନରେ ବସାଇ ଏହି ଉତ୍ସବର ଶୁଭାରମ୍ଭ କରାଯାଇଥିଲା ।ଗ୍ରାମର ଗୌନ୍ତିଆ ଶ୍ରୀଯୁକ୍ତ ରାଜେଶ ନାଏକ ସହିତ ତାଙ୍କ ଧର୍ମପତ୍ନୀ ଶୁଭଶ୍ରୀ ନାଏକ ପୂଜାକାର୍ଯ୍ୟ ତୁଲାଇଥିଲେ । ଘଣ୍ଟ, ଶଙ୍ଖ ଓ କୀର୍ତ୍ତନର ଧ୍ଵନୀ ଅଞ୍ଚଳରେ ପ୍ରକମ୍ପିତ ହେଉଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବେ ବଡ ଗାଁ ବ୍ଲକ(କ) ଜିଲ୍ଲା ପରିଷଦ ସଭ୍ୟ ଅମିୟ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସବଡେଗା ବ୍ଲକ (କ) ଜିଲ୍ଲାପରିଷଦ ସଭ୍ୟ ମନୋଜ ବରୁଆ, ବରିଷ୍ଟ ଆଇନଜିବୀ ସୁରେନ୍ଦ୍ର ନାଏକ ଓ କୁରୁମକେଲ ମାଟିର ପୁଅ ଶଶି ଭୂଷଣ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜ ମନ୍ତବ୍ୟ ରଖିଥିଲେ । ଏହି ଦୋଳ ପୂର୍ଣ୍ଣିମାରେ ସମ୍ବଲପୁରୀ ଓ ନାକପୁରି ମେଲୋଡି ମୁଖ୍ୟ ଆକର୍ଷଣ ଥିଲା । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ର ଆବାଳବୃଦ୍ଧବନିତା ଅଂଶ ଗ୍ରହଣ କରି ପ୍ରଭୁକୃପା ଲାଭ କରିବା ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।ମହୋତ୍ସବ ର ପ୍ରତ୍ୟେକ କାର୍ଯ୍ୟ କମିଟି ସଭାପତି ବସନ୍ତ ପ୍ରଧାନଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ କମିଟିର ସମସ୍ତ ସଦସ୍ୟ ଙ୍କ ମିଳିତ ସହଯୋଗରେ ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟ ସମାପନ ହୋଇଥିଲା ।
କୁରୁମକେଲ ଗ୍ରାମରେ ଦୋଳଯାତ୍ରା ଓ ହୋଲି ମହୋତ୍ସବ
|
March 4, 2026 |



