ଜେନାପୁର,୨୬/୦୨ (ସନ୍ଧାନ ନ୍ୟୁଜ୍) ; ଭିନ୍ନକ୍ଷମ ଓ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ସରକାର ପ୍ରଣୟନ କରିଥିଲା ବେଳେ ଅନେକ ସ୍ଥାନରେ ସହାୟତା ପାଇବାରେ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ। ଏହି ପରି ପ୍ରଶାସନର ଅବହେଳା ପାଇଁ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ଜଣେ ଦିବ୍ୟାଙ୍ଗ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧୀନ ସିଧାପାଳ ଗ୍ରାମର କାଙ୍ଗାଳି ପରିଡାଙ୍କ ପୁଅ ବିନୋଦ ପରିଡା (୪୫) । ସେ ଏକ ବିଦ୍ୟୁତ୍ ଚାଳିତ ତିନିଚକିଆ ସାଇକଲ ପାଇଁ ଜନପ୍ରତିନିଧି ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିବା ପରେ ବି ଏଯାଏଁ ବିଦ୍ୟୁତ୍ ଚାଳିତ ଟ୍ରାଇସାଇକଲ୍ ପାଇବାରୁ ବଞ୍ଚିତ ଅଛନ୍ତି I ସୂଚନା ଅନୁଯାୟୀ ବଳରାମଙ୍କ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ କୌଣସି କାରଣ ବସତ ଛାତ ଉପରୁ ପଡିଯାଇଥିଲେ । ତାପରେ ପରିବାର ଲୋକ ଏସ୍ ସି ବି ମେଡିକାଲରେ ସ୍ପାଇନାଲ୍ କଟ୍ ଅପରେସନ୍ କରିଥିଲେ । ଅପରେସନ୍ ସଫଳ ହେବା ବଦଳେ ଅଣ୍ଟା ଠାରୁ ତଳକୁ ସମ୍ପୂର୍ଣ୍ଣ ଅଙ୍ଗ ଅଚଳ ହୋଇଯାଇଥିଲା । ଅନେକ ମେଡିକାଲ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କଲା ପରେ ବି କିଛି ଉନ୍ନତି ପରିଲିଖିତ ହୋଇନାହିଁ । ଯାହା ଫଳରେ ହୁଇଲ୍ ଚେୟାରରେ ବସିବାକୁ ହେଲେ ୨ ଜଣ ବ୍ୟକ୍ତିଙ୍କ ଆବଶ୍ୟକ ପଡୁଛି । ଚାଲିବା ପାଇଁ ସାହାରା ପାଲିଟିଛି ହୁଇଲ ଚେୟାର । ସେ ୭୫ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇ ସରକାରୀ ସହାୟତାରେ ରାସନ ଚାଉଳ ୨୦ କେ.ଜି ଏବଂ ଭିନ୍ନକ୍ଷମ ଭତ୍ତା ହଜାର ଟଙ୍କା ମଧ୍ୟ ପାଉଛନ୍ତି । ସେ ଗତ ୧୦ ତାରିଖରେ ୮୦% ପ୍ରତିଶତ ଭିନ୍ନକ୍ଷମ ବୋଲି ଭୀମଭୋଇ ଶିବିରରେ ଡାକ୍ତର ଘୋଷଣା କରିଥିଲେ । ୮୦ ପ୍ରତିଶତ ବର୍ଦ୍ଧିତ ଭତ୍ତା ସାଙ୍ଗକୁ ଅନ୍ତୋର୍ଦୋୟ ୩୫ କେ.ଜି ରାସନ ଚାଉଳ ଯୋଗାଇ ଦେଲେ ମାସରେ ଖର୍ଚ୍ଚ ହେଉଥିବା ଔଷଧ ବାବଦକୁ ୬ ହଜାର ଓ ପରିବାର ପ୍ରତିପୋଷଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ପରିବାର ଚଳିବା ପାଇଁ ଏକ ଛୋଟ ବ୍ୟବସାୟି କରିବା ପାଇଁ ବିଦ୍ୟୁତ୍ ଚାଳିତ ଟ୍ରାଇସାଇକେଲ୍ ଯୋଗେଇ ଦେଲେ ବ୍ୟାବସାୟି କରି କଷ୍ଟ ଦୂର ହୋଇପାରିବ ବୋଲି କହିଛନ୍ତି। ଯାହା ଫଳରେ ସେ ଯିବା ଆସିବା ପାଇଁ ଅନ୍ୟର ସାହାରା ଲୋଡ଼ୁଥିବା ବେଳେ ତାଙ୍କ ପାଇଁ ଏକ ତିନିଚକିଆ ବିଦ୍ୟୁତ୍ ଚାଳିତ ସାଇକେଲ୍ ଯୋଗାଇ ଦେଲେ ବିଶେଷ ସହାୟକ ହେବ ବୋଲି କହିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ତିନି ଚକିଆ ବିଦ୍ୟୁତ୍ ଚାଳିତ ସାଇକଲ୍,ଅନ୍ତର୍ଦୋୟ ଯୋଜନାରେ ୩୫ କେ.ଜି ରାସନ ଓ ବର୍ଦ୍ଧିତ ୩୫୦୦ ଟଙ୍କା ଭତ୍ତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି |
ଇ-ଟ୍ରାଇସାଇକଲ୍ ପାଇଁ ପ୍ରଶାସନକୁ ଗୁହାରୀ କଲେ ବିନୋଦ
|
February 26, 2026 |



