ନୂଆଦିଲ୍ଲୀ, ୨୨/୧୧(ସନ୍ଧାନ ନିୟୁଜ): ଇଟାଲୀୟ ସୁପରବାଇକ ବ୍ରାଣ୍ଡ ଡୁକାଟି ନିଜର ସବୁଠୁ ଶକ୍ତିଶାଳୀ ସୁପରବାଇକ ପାନିଗ୍ଲ ଭି-୪ ଆର୍କୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି । ଏହାର ମୂଲ୍ୟ ରହିଛି ୫୧.୮ ୭ ଲକ୍ଷ ଟଙ୍କା । ଭାରତରେ ଥିବା ଡୁକାଟି ଡିଲରସିପଗୁଡିକରେ ଏହାର ବୁକିଂ ଆରମ୍ଭ ହୋଇଯାଇଛି । ତେବେ କମ୍ପାନି ମାତ୍ର ୫ରୁ ୬ଟି ପାନିଗ୍ଲ ଭି-୪ ଭାରତକୁ ଆଣିବ ।
ଯେଉଁମାନେ ନଭେମ୍ବର ୩୦ ପୂର୍ବରୁ ବୁକିଂ କରିଥିବେ ସେମାନେ ଆସନ୍ତା ୨୦୧୯ ମାର୍ଚ୍ଚ ସୁଦ୍ଧା ଡେଲିଭରୀ ପାଇଯିବେ ଓ ଯେଉଁମାନେ ନଭେମ୍ବର ୩୦ ପରେ ବୁକିଂ କରିବେ ସେମାନେ ମାର୍ଚ୍ଚରୁ ଜୁନ ମଧ୍ୟରେ ଡେଲିଭରୀ ପାଇବେ । ଭାରତରେ ପୂର୍ବରୁ ଲଞ୍ଚ ହୋଇଥିବା ପାନିଗ୍ଲ ଭି-୪ର ସଫଳତା ପରେ କମ୍ପାନି ଏହି ନୂଆ ଅପଗ୍ରେଡେଡ ମଡେଲର ସଫଳତା ନେଇ ନିଶ୍ଚିତ ଅଛି ବୋଲି କମ୍ପାନିର ଏମଡି ସର୍ଗି କାନୋଭାସ କହିଛନ୍ତି । ନୂଆ ପାନିଗ୍ଲ ଭି-୪ ଆର ଏକ ୧୧୦୩ ସିସି ୯୦ ଡିଗ୍ରୀ ଭି-୪ ଇଂଜିନ ସହ ଆସୁଛି ।