ସୁନ୍ଦରଗଡ଼ ତା:୨୫/୨/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଅବକାରୀ ଅଧିକ୍ଷକ ସିଦ୍ଧେଶ୍ୱର ବେଶ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ ପଣ୍ଡାଙ୍କ ତତ୍ତ୍ଵାବଧାନରେ ସବଡେଗା ବ୍ଲକ ଅନ୍ତର୍ଗତ ରାସିପତ୍ରା ଗ୍ରାମରେ ବଡ ଗାଁ ଓ ସବଡେଗା ସବଷ୍ଟେସନ ଷ୍ଟାଫ ମିଳିତ ଭାବେ ଆତର୍କିତ ଛଡାଉ କରିଥିଲେ ।ଏହି ଚଢାଉ ସମୟରେ ରାଶିପତ୍ରା ଗ୍ରାମର ଜନୈକ ବ୍ୟକ୍ତି ବିଶିକେଶନ୍ ଶତପଥୀ ଏକ ଆଖା ବସ୍ତାରେ ଜିନିଷ ନେଇଯାଉଥିବା ସମୟର ସନ୍ଦେହ ଘେରକୁ ଆସିଥିଲେ ।ତାଙ୍କୁ ଅଟକ ରଖି ତଦାରଖ କରିବା ସମୟରେ ତାଙ୍କ ପାଖରୁ ଆଠ କିଲୋ ଚାରିଶହ ଗ୍ରାମର ଗଞ୍ଜେଇ ଜବତ କରିଥିବା କଥା ଅବକାରୀ ବିଭାଗ ସୂତ୍ରରୁ ଜଣା ପଡ଼ିଛି । ଏହି ଅତର୍କିତ ଚଢାଉରେ ବଡ ଗାଁ ଇନସ୍ପେକ୍ଟର ତୁଳସୀ ଶିଖା,କନଷ୍ଟେବଳ ମନୋଜ କୁମାର ପାଣ୍ଡେ,ସବଡେଗା ଷ୍ଟେସନ ର ସୁଶିଲ ମିର୍ଦ୍ଧା,କନଷ୍ଟେବଳ ରଜନୀକାନ୍ତ ବେହେରା,ମହିଳା ଆରକ୍ଷୀ ଗାୟତ୍ରୀ ପ୍ରମୁଖ ସାମିଲ ରହିଥିଲେ । ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି ।
ଅବକାରୀ ବିଭାଗର ଅତର୍କିତ ଚଢାଉ, ୮କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ
|
February 25, 2026 |



