ଗିରି ଗୋବର୍ଦ୍ଧନ ଚାରିପଟେ ବେଆଇନଭାବେ ନିର୍ମିତ ୭ଟି ମୁସଲିମ ମଜାରକୁ ଭାଙ୍ଗିଲେ ଯୋଗୀ ଆଦିତ୍ୟନାଥ

Spread the love

ଲକ୍ଷ୍ନୌ, ୨୧/୧୧(ସନ୍ଧାନ ନିୟୁଜ): ହିନ୍ଦୁମାନଙ୍କର ପବିତ୍ର ତୀର୍ଥସ୍ଥଳ ତଥା ପୁରାଣବର୍ଣ୍ଣିତ ଗିରି ଗୋବର୍ଦ୍ଧନକୁ ଜବରଦଖଲମୁକ୍ତ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପବିତ୍ର ନଗରୀ ଏହି ପବିତ୍ର ପାହାଡ ଚାରିପଟେ ବେଆଇନ ଭାବେ ନିର୍ମିତ ୭ଟି ମୁସଲିମ ମଜାରକୁ ସେ ଭାଙ୍ଗି ଦେଇଛନ୍ତି । ଗତ ନଭେମ୍ବର ୧୨ରେ ମଥୁରା ପ୍ରଶାସନ ପକ୍ଷରୁ ଏସବୁ ବେଆଇନ ନିର୍ମାଣକୁ ଭଙ୍ଗାଯାଇଛି ।

ଏହି ପାହାଡ ଚାରିପଟେ ଜଙ୍ଗଲ ଆଇନର ଉଲ୍ଲଙ୍ଘନ କରି ବିଭିନ୍ନ ନିର୍ମାଣ କରାଯାଇଥିବା ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବୀମାନେ ଅଭିଯୋଗ କରିଆସୁଥିଲେ । ଏହି କାରଣରୁ ଏହି ପବିତ୍ର ପର୍ବତର ଠିକ ଭାବେ ଦର୍ଶନ କରିହେଉନଥିବା ଅଭିଯୋଗ ହେଉଥିଲା । ଏନେଇ କେତେକ ସ୍ୱେଚ୍ଛାସେବୀ ଜାତୀୟ ଗ୍ରୀନ ଟ୍ରିବୁନାଲରେ ଅଭିଯୋଗ କରିବା ପରେ ମାମଲାର ତଦନ୍ତ ଓ ବିଚାର କରି ଏନଜିଟି ଗତ ୨୦୧୫ରେ ବେଆଇନ ନିର୍ମାଣ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତତକାଳୀନ ଉତ୍ତରପ୍ରଦେଶର ଅଖିଳେଶ ସରକାର ଏହି ନିର୍ଦ୍ଦେଶପାଳନ କରୁନଥିଲେ । କିନ୍ତୁ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗିରି ଗୋବର୍ଦ୍ଧନ ସଂପର୍କରେ ମହାଭାରତ, ଭାଗବତ ଓ ପୁରାଣରେ ବର୍ଣ୍ଣନା ରହିଛି । ଭଗବାନ କୃଷ୍ଣ ନିଜେ ଏହି ଗିରି ଗୋବର୍ଦ୍ଧନ ଧାରଣ କରିଥିଲେ ବୋଲି ପୁରାଣରେ ବର୍ଣ୍ଣନା ରହିଛି ।

Related Posts

About The Author

Add Comment