ଯୋଡ଼ା, ୨୯/୧ /୨୬ (ସନ୍ଧାନ ନ୍ୟୁଜ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଳଦା ପଞ୍ଚ।ୟତ ତାଡ଼ପାଣି ବି ଏନ ପିଟ ଗାଁ ରେ ଜଣେ ୧୩ ବର୍ଷ ର ନାବାଳକ ର ଅନ୍ଧ ବିଶ୍ବାସ ପାଇଁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ,ଜଣେ ୧୩ ବର୍ଷ ର ନାବାଳକ ର ଦୁଇ ସପ୍ତାହ ପୂର୍ବେ ଦେହ ଅସୁସ୍ଥ ହୋଇଥିଲା ।ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କାଳୀମାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ।ସେଠାରେ ଡାକ୍ତର ଉତ୍ତମ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ନେବା ପାଇଁ ପରାମର୍ଶ କରିଥିଲେ ।ମାତ୍ର ତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନ। ନ ନେଇ ଘରେ ରଖି ଅନ୍ଧ ବିଶ୍ବାସ ର ବଶବର୍ତ୍ତୀ ହୋଇ ପୂଜା ପାଠ କରାଇ ଥିଲେ ।ଫଳରେ ନାବାଳକ ର ଦେହ ଦିନ କୁ ଦିନ ଅଧିକ ଅସୁସ୍ଥ ହୋଇଥିଲା ।ବୁଧବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ କମାର ଯୋଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା କେନ୍ଦ୍ର କୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ତେଣେ ମୃତ ନାବାଳକ ର ବାପା ବିଜୁ ହେମ୍ବ୍ରମ କହିଛନ୍ତି ଯେ, କାଳୀ ମାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଚିକିତ୍ସା କରିବା ପରେ କୌଣସି ଚିଠା ଦେଇ ନ ଥିବାରୁ ସେ ଚିକିତ୍ସା ପାଇଁ ଅନ୍ୟ ଡାକ୍ତର ଖାନ କୁ ନ ନେଇ ଗୁଣିଆ ଦ୍ଵାରା ପୂଜା କରାଇ ଥିଲେ ।ଆଜି ଡାକ୍ତର ଖାନ କୁ ଆଣିବ ପରେ ତାଙ୍କ ପୁଅ ର ମର୍ତ୍ତୁ ଘଟିଥିବା ସେ କହିଥିଲେ । ଏ ସମ୍ପର୍କରେ ବାମେବାରି ଥାନା ଅଧିକାରୀ ଯୋସ୍ କେତନ ଭୋଇ ଙ୍କୁ ପଚାରିବାରୁ ସେ କହିଥିଲେ ଯେ,ନାବାଳକ ର ମୃତ୍ୟୁ ନେଇ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନାହିଁ ।ଏ ନେଇ କମାର ଯୋଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ନାବାଳକ କୁ ଗୁରୁତର ଥିବାରୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର କୁ ସ୍ଥାନନ୍ତର କରା ଯାଉ ଥିବା ସମୟରେ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା
ଅନ୍ଧବିଶ୍ୱାସ ପାଇଁ ଜଣେ ନାବାଳକ ର ମୃତ୍ୟୁ ସନ୍ଦେହ,
|
January 29, 2026 |



