କଟକ, ୨୨/୧/୨୬ (ସନ୍ଧାନ ନ୍ୟୁଜ) : କଟକ ସଦର ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ପଞ୍ଚାୟତର ତଇଲିପଡା ଗ୍ରାମର ମା’ ବୁଢୀ ଜାଗୁଳାଇ କ୍ଲବର ଅଗ୍ରୀମ ସଦସ୍ୟ ଯୁବ ସମାଜସେବୀ ଲକ୍ଷ୍ମୀଧର ଦାସ (ମୁନୁ) ୨୪ ବର୍ଷ ବୟସରେ ପରଲୋକ ଗମନ ଘଟିଛି । ସେ ବିଗତ କିଛି ଦିନ ହେବ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ । ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ମୃତ୍ଯୁବରଣ କରିଛନ୍ତି । ମା’ ବୁଢୀ ଜାଗୁଳାଇ କ୍ଲବର ସଭାପତି ଯଶୋବନ୍ତ ମହାପାତ୍ର,ଉପ ସଭାପତି ସମୀର ରଞ୍ଜନ ସ୍ଵାଇଁ,କୋଷାଧକ୍ଷ ଶିତିକାନ୍ତ ମହାପାତ୍ର,ସୁଶାନ୍ତ ମହାପାତ୍ର ଓ ସମସ୍ତ ପୂଜା କମିଟି ସମସ୍ତ ସଭ୍ୟ ମାନେ ଶୋକ ପ୍ରକାଶ କରିଛନ୍ତି ।
ଯୁବ ସମାଜସେବୀ ଲକ୍ଷ୍ମୀଧର ଦାସଙ୍କ ବିୟୋଗ ।
|
January 22, 2026 |



