ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାମପୁରର ୩୨ତମ ବାର୍ଷିକ କ୍ରୀଡା ଉତ୍ସବ

Spread the love

 ବରୀ, ୨୦/୧/୨୬  (ସନ୍ଧାନ ନ୍ୟୁଜ)  : ପଞ୍ଚାୟତ ସରକାରି ଉଚ୍ଚ ବିଦ୍ୟାଳୟ, ରାମପୁରର ୩୨ ତମ ବାର୍ଷିକ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ବିଦ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ସାଇକେଲ ଷ୍ଟାଣ୍ଡକୁ ଫିତା କାଟି ଉଦ୍ଘାଟନ କରିଥିଲେ। ପରେ ପରେ ମଞ୍ଚରେ ପ୍ରଦିପ ପ୍ରଜ୍ବଳନ କରିବା ପରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଗଗନ ବିହାରୀ ଜେନା ଓ ବିଦ୍ୟାଳୟ ପାଇଁ ଭୂମି ଦାନ କରିଥିବା ସ୍ବର୍ଗତ ଭୋଳାନାଥ ସାମଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥଲେ। ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥଲେ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ସହିତ କ୍ରୀଡାରେ ଅଂଶ ଗ୍ରହଣ କରିବା ଆବଶ୍ୟକ। ଅତୀତରେ ଏହି ବିଦ୍ୟାଳୟର ଛାତ୍ରୀ ରାଜ୍ୟ ଟପର ମଧ୍ୟ ହୋଇଛନ୍ତି ଏଣୁ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ କର୍ମକର୍ତାଙ୍କୁ ବିଧାୟକ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରୀ ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଜିଲା ପରିଷଦସଭ୍ୟ ଦିଲ୍ଲିପ କୁମାର ମହାନ୍ତି, ସ୍ଥାନୀୟ ସରପଞ୍ଚ ଚପଳା ମଲ୍ଲ, ଶିକ୍ଷାବିତ ଡ଼ଃ ନୃସିଂହ ଚରଣ ବେହେରା, ମକରଧ୍ଵଜ ସାହୁ, ବିଦ୍ୟାଳୟର ପରିଚାଳନା କମିଟି ସଭାପତି ନକୁଳ ଚନ୍ଦ୍ର ଦାସ, ପୁର୍ବତନ ସଭାପତି କେଦାର ଚନ୍ଦ୍ର ସାମଲ, ସାମାଜିକ କର୍ମୀ ଅରବିନ୍ଦ ମହାନ୍ତି, ପ୍ରସନ୍ନ ସାମଲ, ବରୀବ୍ଲକ ଓଷ୍ଟା ସଭାପତି ରବୀନ୍ଦ୍ର କୁମାର ପତି, ଅବସର ପ୍ରାପ୍ତ ପୋଲିସ ଅଧିକାରୀ ମନୋଜ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ବିଦ୍ୟାଳୟର ପାଚେରି ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର ସରିଛି ଏବଂ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ।

Related Posts

About The Author

Add Comment