ପୁରୀ ୧୭/୧/୨୬ (ସନ୍ଧାନ ନ୍ୟୁଜ) : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ସକାଳ ୧୧ ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଗଜପତି ମହାରାଜା ଅଧ୍ୟକ୍ଷତା କରିବେ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ନୀତି ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ। ଏହି ବୈଠକରେ ରତ୍ନଭଣ୍ଡାର ଗଛିତ ଅଳଙ୍କାର ଗଣତି ମଣତି ଉପରେ ବିସ୍ତୃତ ଆଲୋଚନା ହେବ। ଗତ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି। ପରିଚାଳନା କମିଟି ବୈଠକରେ ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ସେପଟେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ବିଶେଷ ଆଲୋଚନା କରାଯିବ। ଶ୍ରୀମନ୍ଦିର ଆଇନରେ ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ। ଶ୍ରୀମନ୍ଦିର ଆଇନରେ ଶଂସୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେହି ପ୍ରସ୍ତାବ ଉପରେ କରାଯିବ ବିସ୍ତୃତ ଆଲୋଚନା।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ; ରତ୍ନଭଣ୍ଡାରର ଗଣତି ମଣତି ଉପରେ ହେବ ବିସ୍ତୃତ ଆଲୋଚନା
|
January 17, 2026 |



