କ୍ଷେପଣାସ୍ତ୍ର ଛାଡିଲା ଉତ୍ତରକୋରିଆ, ଜାପାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

Spread the love

ନୂଆଦିଲ୍ଲୀ, ୬/୧/୨୬  (ସନ୍ଧାନ ନ୍ୟୁଜ) :  ଜାପାନରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି | ସୂଚନା ଅନୁସାରେ,ଉତ୍ତର କୋରିଆ ଆଜି ସମୁଦ୍ର ଆଡକୁ ଏକାଧିକ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଯାହା ପରେ ଜାପାନ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛି। ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟ କର୍ମଚାରୀଙ୍କ କହିବା ଅନୁସାରେ, ଉତ୍ତର କୋରିଆର ରାଜଧାନୀ ବିଭନ୍ନ ଅଞ୍ଚଳରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ ଚିହ୍ନଟ ହୋଇଛି    ଅନ୍ୟପଟେ, ଆମେରିକା ସେନା ପକ୍ଷରୁ କୁହାଯାଇଛିଯେ, ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ଆମେରିକା ସମ୍ପୂର୍ଣ୍ଣ ନଜର ରଖିଛି। ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ୍‍’ ଚୀନ୍‍ ରାଷ୍ଟ୍ରପତି ଷି ଜନ୍‍ପିଙ୍ଗ୍‍ଙ୍କ ସହ ବେଜିଂଠାରେ କଥାବାର୍ତ୍ତା ଲାଗି ପ୍ରସ୍ତୁତ ହେଉଥିବା ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏହି ସୂଚନା  ଦିଆଯାଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍‍ ଟ୍ରମ୍ପ’ ଭେଞ୍ଜୁଏଲାର ରାଷ୍ଟ୍ରପତି ନିକୋଲାସ ମଦୁରୋ’ଙ୍କ ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନ ପରେ ଉତ୍ତର କୋରିଆ ପକ୍ଷରୁ ଏଭଳି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିବା ନେଇ ସମ୍ଭାବ୍ୟ ସୃଷ୍ଟି ହୋଇଛି | ତେବେ ଉତ୍ତର କୋରିଆ ପକ୍ଷରୁ ଏହି ପରୀକ୍ଷଣ ସଦ୍ୟତମ ସାମରିକ ପ୍ରଦର୍ଶନ ବୋଲି କୁହାଯାଇଛି ।

Related Posts

About The Author

Add Comment