ବଜେଟ୍ ୨୦୨୬ରେ ସାଧାରଣ ଲୋକଙ୍କୁ ମିଳିବ ଉପହାର, ଅର୍ଥଶାସ୍ତ୍ରୀଙ୍କ ସହ ପିଏମ ମୋଦୀଙ୍କ ରଣନୀତି ପ୍ରସ୍ତୁତ

Spread the love

ନୂଆଦିଲ୍ଲୀ  ୧/୧/୨୬  (ସନ୍ଧାନ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୀତି ଆୟୋଗରେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ଓ ବିଶେଷଜ୍ଞଙ୍କ ଏକ ଗୋଷ୍ଠୀ ସହ ବୈଠକ କରିଛନ୍ତି ।  ବୈଠକରେ ୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର ନିର୍ମାଣରେ ସରକାରଙ୍କ ପ୍ରମୁଖ ଏଜେଣ୍ଡା ଉପରେ ଆଲୋଚନା କରାଯାଇଛି । ପିଏମ ମୋଦୀ ସମାଜର ନୂଆ ଆକାଂକ୍ଷା ଓ ଆବଶ୍ୟକତା ପୂର୍ତ୍ତି ପାଇଁ ସଂସ୍ଥାଗତ କ୍ଷମତା ବୃଦ୍ଧି ଏବଂ ବିସ୍ତାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ।  ପିଏମ ମୋଦୀ କହିଛନ୍ତି, ଶିକ୍ଷା, ଉପଭୋଗ ଓ ବୈଶ୍ୱିକ ଗତିଶୀଳତାର ପରିବର୍ତ୍ତିତ ସ୍ୱରୂପ ସ୍ପଷ୍ଟ ଭାବେ ଦେଖା ଯାଉଛି । ଏହି ପରିବର୍ତ୍ତନ କାରଣରୁ ସମାଜର ଆକାଂକ୍ଷା ତଥା ଆବଶ୍ୟକତା ବଢୁଛି । ଏହା ପୂରା କରିବା ପାଇଁ  ସଂସ୍ଥାଗତ କ୍ଷମତାରେ ବୃଦ୍ଧି ଓ ଅଗ୍ରୀମ ସରଞ୍ଚନା ନିୟୋଜନର ଆବଶ୍ୟକତା ରହିଛି । ବୈଶ୍ୱିକ କ୍ଷମତାର ନିର୍ମାଣ ଓ ବୈଶ୍ୱିକ ଏକୀକରଣ ପ୍ରାପ୍ତ କରିବା ପାଇଁ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଉପରେ ଜୋର ଦେଇଛନ୍ତି । ଆଲୋଚନା ସମୟରେ ଅର୍ଥଶାସ୍ତ୍ରୀମାନେ ବିନିର୍ମାଣ ଓ ସେବା କ୍ଷେତ୍ରରେ ଉତ୍ପାଦକତା ଓ ପ୍ରତିଯୋଗିତା ବଢାଇବା ପାଇଁ ରଣନୈତିକ ପ୍ରସ୍ତାବ ଦେଇଛନ୍ତି । ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଘରୋଇ ସଞ୍ଚୟରେ ବୃଦ୍ଧି, ମଜବୁତ ବିକାଶ ସରଞ୍ଚନା ଓ ଅତ୍ୟାଧୁନିକ ପ୍ରଦୌଗିକିକୁ ଆପଣେଇ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ପିଏମ ମୋଦୀ ଗୁରୁତ୍ୱ ଦେଇଛନ୍ତି । କୃତ୍ରିମ ବୁଦ୍ଧିମତା ତଥା ଏଆଇର ବ୍ୟବହାର ଉପରେ ମଧ୍ୟ ଆଲୋଚନା ହୋଇଛି ।

Related Posts

About The Author

Add Comment