ଯାଜପୁର ୩୦/୧୨/୨୫ (ସନ୍ଧାନ ନ୍ୟୁଜ) :୧୫ତମ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକ ମହୋତ୍ସବ, ପୁସ୍ତକ ମହୋତ୍ସବର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ କୁସୁମା ସମ୍ମୁଖ ପ୍ରଶାସନିକ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁ ଯୋଗଦେଇ ପ୍ରଦୀନପ ପ୍ରଜ୍ୱଳନ ପୂର୍ବକ ମା’ବିରଜାଙ୍କ ଫଟୋରେ ମାଲ୍ୟାର୍ପଣ କରି ଉଦ୍ଘାଟନ କରିଥିଲେ । ପ୍ରାଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ସ୍ତୋତ୍ର ପାଠ କରିଥିଲେ । ସାମ୍ବାଦିକ ମନୀଷା ରାଉତ ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଅନୁଷ୍ଠାନର ସଂଗଠନ ସମ୍ପାଦକ ହୃଷିକେଶ ପତି ପରିଚୟ ପ୍ରଦାନ କରିଥବଲେ । ସଂପାଦକ ଡ଼. କାହ୍ନୁ ଚରଣ ମିଶ୍ର ପୁସ୍ତକ ମହୋତ୍ସବର ଅତୀତ ଓ ବର୍ତ୍ତମାନ ବିଷୟରେ ଆଲୋକପାତ କରିଥିଲେ । ଉଦ୍ଘାଟକ ଭାବେ ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଶ୍ରୀଯୁକ୍ତ ସ୍ୱାଇଁ ଯୋଗଦେଇ ପ୍ରାଚୀନ କାଳରୁ ଯାଜପୁର ଜିଲ୍ଲା ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟ ଓ କବି ଲେଖକ ମାନଙ୍କର ପ୍ରାଚୁର୍ଯ୍ୟରେ ଗରୀଆନ୍ । ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷ ଓଡ଼ିଆ ଭାଷା ସ୍ୱାରସ୍ୱତ ଜଗତକୁ ରୁଦ୍ଧିମନ୍ତ କରିଯାଇଛନ୍ତି ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥିଭାବେ ବିରଜା ଜ୍ୟୋତିର ସମ୍ପାଦକ ଡ଼ଃ ଜ୍ଞାନ ରଂଜନ ପତି ଯୋଗଦେଇ ଶିଶୁ ମୁହଁରେ ମା’ଡାକର ଭାଷା ଭଳି ପୁସ୍ତକ ହିଁ ମାତୃଭୂମି ପ୍ରତି ଅଙ୍ଗୀକାରବଦ୍ଧ ହେବାକୁ ସମସ୍ତଙ୍କୁ ଭାଷା ଜ୍ଞାନ ଓ ବୌଦ୍ଧିକ ବିକାଶର ବାର୍ତ୍ତାବହ ସାଜିଥାଏ ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟ ବକ୍ତାଭାରେ ଧର୍ମଶାଳା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି ଯୋଗଦେଇ ପୁସ୍ତକ ମହୋତ୍ସବ ଜ୍ଞାନର ପରିପ୍ରକାଶ, ଯେପରି ସୂର୍ଯ୍ୟୋଦୟ ହେଲେ ଅମା ଅନ୍ଧାର ଦୂରେଇ ଯାଏ ଠିକ୍ ସେହିପରି ବହି ମାଧ୍ୟମରେ ଅଜ୍ଞାନତା ରୂପକ ଅନ୍ଧକାର ଦୂରେଇ ଯାଏ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଯାଜପୁର ପୂର୍ବତନ ପ୍ରଶାସକ ଡ଼ଃ କୁମରବର ନାୟକ, ଏନ୍.ସି. (ସ୍ୱ) ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ରଂଜନ କୁମାର ବେହେରା, ଯାଜପୁରର ଅତିରିକ୍ତ ତହସିଲ୍ଦାର ଅଜୟ କୁମାର ପଣ୍ଡା, ଶିକ୍ଷାବିତ୍ ଦଶରଥ ସାମଲ ପ୍ରମୁଖ ଯୋଗଦେଇ ପୁସ୍ତକ ମହୋତ୍ସବ ଶିକ୍ଷା ଓ ଶିକ୍ଷକ, ଜ୍ଞାନୀ ଓ ଛାତ୍ରଚାତ୍ରୀ, ଗୁରୁ ଓ ଶିଷ୍ୟ କବି, ଲେଖକଙ୍କ ମଧ୍ୟରେ ଥିବା ସମନ୍ୱୟ ସେତୁ ସଦୃଶ ବୋଲି ପ୍ରକାଶ କରିଥିଲେ । ମୁକ୍ତ କୁଇଜ୍ ପ୍ରତିଯୋଗିତାକୁ ପ୍ର. ଉଦୟ ନାରାୟଣ ପରିଡ଼ା, ପ. ବିନୋଦ ଚନ୍ଦ୍ର ନାୟକ, ପ୍ର. ସୁଧାଂଶୁ ଶେଖର ରଥ, ପ୍ର. ଅଶୋକ କୁମାର ଦାଶ, ପ୍ର. ଅନିଲ୍ କୁମାର ମହାନ୍ତି, ପ୍ର. ବଳରାମ ମହାନ୍ତି, ଡ଼. ଗିରିଶ ବିହାରୀ ମିଶ୍ର, ଡ଼. ହରିଶ୍ଚନ୍ଦ୍ର ପଣ୍ଡା, ଗୁରୁକୃଷ୍ଣ ଦାଶ, ପ୍ର. କ୍ଷୀରୋଦ ଚନ୍ଦ୍ର ବେହେରା, ନ. ଇନ୍ଦୁପ୍ରଭା ସାମଲ ପ୍ରମୁଖ ପରିଚାଳନା କରିଥବଲେ । ଅପରାହ୍ନରେ ତର୍କ ଓ ଏକକ ଅଭିନୟରେ ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କକରିଥବଲେ । ସଂଗୀତରେ ଜୁନିୟର ଡିଭିଜନରେ ସାନ୍ଭି ସ୍ୱାଇଁ, ହରପ୍ରିୟା ପତି, ସ୍ୱସ୍ଥିକ ଜେନା, ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ, ସନିୟର ଡ଼ିଭିଜନ୍ରେ ସୋନାକ୍ଷୀ ଦାସ ଏବଂ ନୃତ୍ୟରେ ଜୁନିୟର ଡ଼ିଭିଜନରେ ଅଭ୍ନିତା ସାହୁ, ସୁଭାଂଶି ଦାସ, ସ୍ୱସ୍ଥିକ ଜେନା, ସିନିୟର ଡିଭଜନ୍ରେ ସୋନାକ୍ଷୀ ଦାସ, ସୋନକ୍ଷୀ ପତି, ହରପ୍ରିୟା ପତି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଏବଂ ଏକକ ଅଭିନୟରେ ହରପ୍ରିୟା ପତି, ସ୍ୱସ୍ଥିକ ଜେନା, ସିନିୟର ଡିଭିଜନ୍ରେ ସତ୍ୟବ୍ରତ ଦାସ, ଚଣ୍ଡିପ୍ରସାଦ ପଣ୍ଡା, ଶଶିରେଖା ମିଶ୍ର କୃତିତ୍ୱ ଲାଭ କରିଥିଲେ । ରାଜଶ୍ରୀ ଜେନା ସ୍ୱାଗତ ନୃତ୍ୟ ଓ ଡିଏବି ଡ୍ୟାନ୍ସ ଗ୍ରୁପ ପକ୍ଷରୁ ସାଂସ୍କୃତିକ ସମ୍ପାଦକ ସାଂସ୍କୃତିକ ସମ୍ପାଦକ ସନ୍ତୋଷ ମିଶ୍ର ଓ ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା । ଆସନ୍ତା କାଲି ସମସ୍ତ କୃତି ପ୍ରତିଯୋଗୀଙ୍କ ପୁରସ୍କୃତ କରାଯିବ ଓ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦିଆଯିବ ବୋଲି ସଭାପତି ଘୋଷଣା କରିଥିଲେ । ବିଚାରକ ଭାବେ ଅଧ୍ୟକ୍ଷ ଅଶୋକ କୁମାର ଦାଶ, ସୁବାସ ଚନ୍ଦ୍ର ମହାପାତ୍ର, କିରଣ ପ୍ରିୟଦର୍ଶିନୀ ଓ ଗଣମାଧ୍ୟମ ସଂଯୋଜକ ଆଦିତ୍ୟ ମହାନ୍ତି ମୂଲ୍ୟାଙ୍କନ କରିଥିଲେ । ଉପସଭାପତି ବିଭୂତି ମହାପାତ୍ର ଧନ୍ୟବାଦ ଦେଇଥିଲେ । (ଫଟୋ)
୧୫ତମ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକ ମହୋତ୍ସବର ୭ମ ସନ୍ଧ୍ୟା
|
December 30, 2025 |



