ଯାଜପୁର ୧୬ ।୧୧(ସନ୍ଧାନ ନିୟୁଜ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାଦୁଆମାଗୁରା ଠାରେ ଧର୍ମଶାଳା ଶ୍ରମିକ ସଙ୍ଘ ତରଫରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ସଂଘର ସଭାପତି ଶ୍ରୀକାନ୍ତ ସାହୁ ଙ୍କ ଅବାହକତ୍ୱରେ ଅନୁଷ୍ଠିତ ସଭାରେ ଯୁବ ସଂଗଠକ ି ଦେବବ୍ରତ ରାଉତ ସଭାପତିତ୍ୱ କରି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଆଲୋକପାତ କରିଥିଲେ । ଆୟୋଜନ କରାଯାଇ ଥିବା ସମାବେଶରେ ଶ୍ରମିକ ମାନଙ୍କର ନାନାବିଦ୍ଧ ସମସ୍ୟା ଉପରେ ଅଲୋଚନା କରାଯାଇଥିଲା ।
ସମାଜ କୁ ତିଆରି କରୁଥିବା ଶ୍ରମିକ ଆଜି ନିଜ ଅଂଚଳରେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛି । କିନ୍ତୁ ଏ ଅଞ୍ଚଳରେ ଶହ ଶହ ଖଣି ଖାଦାନରେ କୋଟି କୋଟି ଟଙ୍କାର ବ୍ୟବସାୟ ମେସିନ ମାଧ୍ୟମରେ କରାଯାଉଛି । ଶ୍ରମିକର ପିଲା ଓଳିଏ ଖାଇବା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ବେଳେ ଆନ୍ଧ୍ର ତେଲେଙ୍ଗାନା ରୁ ଆସି ବିନା ପରିଚୟରେ ରହୁଥିବା ଅଣ ଓଡିଆ ମାନେ ମାସକୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ।ଏ ଅଞ୍ଚଳରେ ଖଣିଜ ସମ୍ପଦ ଭରପୁର ଥିଲେ ବି ଶ୍ରମିକ ମାନେ ଭିକ ମାଗିବାକୁ ବାଧ୍ୟ ହେଲେଣି ।ଏଣୁ ସମସ୍ତ ଶ୍ରମିକ ଭାଇ ଭଉଣୀ ମାନେ ଏକଜୁଟ ହୋଇ ନିଜର ହକ ପାଇଁ ଲଢିବାକୁ ଆଜିର ସମାବେଶରେ ବକ୍ତାମାନେ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବିଦ୍ୟାଧର ମହାନ୍ତି ଯୋଗ ଦେଇ ଏ ଅଞ୍ଚଳରେ ଶ୍ରମିକ ପରିବାର ପାଇଁ ଏକ ଇ ଏସ ଆଇ ହସ୍ପିଟାଲ ର ଅବଶ୍ୟକତା ରହିଛି ଏବଂ ଅଗାମି ଦିନରେ ସରକାର ଯଦି ଏଠାରେ ମେଡିକାଲ ନିର୍ମାଣ ନକରନ୍ତି ତେବେ ଜନ ଆନେ୍ଦାଳନ କରାଯିବ ବୋଲି କହିଥିଲେ । ସଭାରେ ଅରାବଳ ପଞ୍ଚାୟତର ସରପଞ୍ଚ ନିର୍ମଳ ସାମଲ ଶ୍ରମିକ କଲ୍ୟାଣ ପାଣ୍ଠି ରୁ ମହିଶରା ଓ ସମ୍ପାରୁ ପଞ୍ଚାୟତ ର ଉନ୍ନତି ପାଇଁ ଖର୍ଚ୍ଚ ହେଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥିଭାବରେ ଯୋଗ ଦେଇ ଯୁବ ସଂଗଠକ ରବିନ୍ଦ୍ର କୁମାର ଧୀର,ଶ୍ରମିକ ନେତା ପରମାନନ୍ଦ ସେଠି ିଓ ଦଳିତ ନେତ୍ରୀ ଶୁରେଖା ମଲିକ କହିଥିଲେ ଯେ ଏ ଅଂଚଳରେ ବହୁ ବଡ ବଡ ମେଗା କ୍ରସର ରେ ଯନ୍ତ୍ର ପାତି ମାଧ୍ୟମରେ କାର୍ଯ୍ୟ ହେଉଥିବାରୁ ଶ୍ରମିକମାନେ ହାତ ବାନ୍ଧି ବସିଲେଣି । ପ୍ରଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।



