ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର; ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କଲେ CEC

Spread the love

ଭୁବନେଶ୍ୱର ୨୭/୧୨/୨୫(ସନ୍ଧାନ ନ୍ୟୁଜ) : ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର। ସିଇସି ଶ୍ରୀ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପରିବାର ସହିତ ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। କଡ଼ା ମଧ୍ୟରେ ଶ୍ରୀମନ୍ଦିର ଭିତରେ ସେ ପ୍ରବେଶ କରିଛନ୍ତି। ସାଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ରହିଛନ୍ତି। ଜାଗା ଦର୍ଶନ ସାରି ସିଧା କୋଣାର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତାକାଲି ରବିବାରରେ ଜ୍ଞାନେଶ କୁମାର ଧଉଳି ଶାନ୍ତିସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ନିର୍ବାଚନ କମିଶନର ସୋମବାର ଅପରାହ୍ନ ୩ଟାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମଠାରେ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ହେବାକୁଥିବା ବୈଠକରେ ଅଧ୍ୟକ୍ଷତା କରି ସେମାନଙ୍କୁ ସମ୍ବୋଧନ ଦେବେ। ସେହିଦିନ ରାତିରେ ସେ ଭୁବନେଶ୍ୱରରୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୫ ମଧ୍ୟଭାଗରୁ ଦେଶର ଅନେକ ରାଜ୍ୟରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ SIR ପ୍ରକ୍ରିୟା ଚାଲୁ ରହିଛି। ଯଦିଓ ଓଡ଼ିଶାରେ ଏହାର ଆରମ୍ଭ ନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ, କିନ୍ତୁ CEC ସିଧାସଳଖ BLO ମାନଙ୍କ ସହ ଆଲୋଚନା କରୁଥିବାରୁ ରାଜ୍ୟରେ ଖୁବଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସଙ୍କେତ ମିଳୁଛି।

Related Posts

About The Author

Add Comment