ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ଏବଂ ଆଧୁନିକତା ଚାକଚକ୍ୟରେ ହଜିଯାଉଥିବା ଆମ ସଂସ୍କୃତି ଏବଂ ଐତିହ ପରମ୍ପରାର ପୁନଃଉଦ୍ଧାର ଆବଶ୍ୟକ: ଗବେଷଣା ଧର୍ମୀ ପୁସ୍ତକ ଲୋକର୍ପିତ

Spread the love

ଗବେଷଣା ଧର୍ମୀ ପୁସ୍ତକ ଲୋକର୍ପିତ

ଯାଜପୁର, (ସନ୍ଧାନ ନ୍ୟୁଜ୍‌) : ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ଡି.ୟୁ. ପବ୍ଲିକ, ସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗବେଷଣାଧର୍ମୀ ପୁସ୍ତକ ‘ସଂସ୍କୃତି, ସାଂସ୍କୃତିକ ଐତିହ ସମାଜିକ ପରିବର୍ତ୍ତନ ଏବଂ ଆଧୁନିକତା’ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଦୌତାରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗବେଷକ ତଥା ଶିକ୍ଷାବିତ୍ ଡକ୍ଟର ସନ୍ତୋଷ ମହାପାତ୍ର ଏବଂ ମୁଖ୍ୟ ବକ୍ତା ଭାବେ ଧର୍ମଶାଳା ମହାବିଦ୍ୟାଳୟ ପୂର୍ବତନ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ହରିଦାସପୁର କଂଚିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନୀତା ତ୍ରୀପାଠୀ ଏବଂ ପୁସ୍ତକ ସହଯୋଗୀ ସମ୍ପାଦକ ଡକ୍ଟର ବିଶ୍ୱଜିତ୍ ମହାପାତ୍ର ପ୍ରମୁଖ ଯୋଗଦେଇ ପୁସ୍ତକଙ୍କୁ ଉନ୍ମୋଚିତ କରିବା ସହିତ ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ଏବଂ ଆଧୁନିକତା ଚାକଚକ୍ୟରେ ହଜିଯାଉଥିବା ଆମ ସଂସ୍କୃତି ଏବଂ ଐତିହ ପରମ୍ପରା ପୁନଃଉଦ୍ଧାର କରିବାର ଆବଶ୍ୟକ ରହିଛି ବୋଲି ମତ ରଖିଥିଲେ। ଏହି ଅବସରରେ ପୁସ୍ତକର ସମ୍ପାଦକ ଗବେଷକ ମାନସ କୁମାର ରାଉତ ପୁସ୍ତକଅବଶ୍ୟକତା, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଅତିଥି ମାନଙ୍କ ଦ୍ୱାରା ସମାଜସେବ କ୍ଷେତ୍ରରେ ଦେବବତ୍ର ରାଉତ, ଶ୍ରେଷ୍ଠ ମାନବ ପ୍ରେମୀ ଭାବରେ ସାଗର ଜେନା, ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବରେ ଅନୀତା ତ୍ରୀପାଠୀ, ଶ୍ରେଷ୍ଠ ଶିକ୍ଷକ ଭାବରେ ଘନଶ୍ୟମ ସ୍ୱାଇଁ, ଆମ ଐତିହ ଯୁବ ଐତିହାସିକ ସମ୍ମାନରେ ଡକ୍ଟର ଦିବ୍ୟ ରଂଜନ ତ୍ରୀପାଠୀ, ସାମ୍ବାଦିକ ଅନିରୁଦ୍ଧ ସମାନ୍ତରାୟ ସ୍ମୃତି ସମ୍ମାନରେ ସୁରେଶ କରଙ୍କୁ ସମ୍ମାନୀତ କରାଯିବା ସହିତ ଡିୁୟୁ ସ୍କୁଲର ଅଧ୍ୟକ୍ଷା ଡକ୍ଟର ସୁଜାତା ମହାପାତ୍ର ଏବଂ ଉପଧ୍ୟକ୍ଷା ଡକ୍ଟର ରାଜଶ୍ରୀ ମହାପାତ୍ରଙ୍କ ସମେତ ଅତିଥି ଏବଂ ସମ୍ପାଦନା ମଣ୍ଡଳୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସମ୍ବାଦିକ ପ୍ରସନ୍ନ ବିଶ୍ୱାଳ, ଶିକ୍ଷୟତ୍ରୀ ପ୍ରତିମା ଧିର, ମୋନାଲିଶା ନାୟକ, ସେହ୍ନାମୟୀ ସାହୁ, ଲକ୍ଷ୍ମୀପ୍ରିୟା ଶତପଥୀ, ମଧୁସ୍ମିତା ମଲ୍ଲିକ ପ୍ରମୁଖ ମାନପତ୍ର ପାଠ କରିଥିଲେ। ଶେଷରେ ପୁସ୍ତକର ପ୍ରକାଶିତ ହୋଇଥିବା ବିଭିନ୍ନ ସର୍ନ୍ଦଭର ଲେଖକ ମାନଙ୍କୁ ପ୍ରମାଣପତ୍ର ଏବଂ ପୁସ୍ତକ ବଂଟନ କରାଯାଇଥିଲା। ପୁସ୍ତକଟି ଆମ ଐତିହ ଆନ୍ତଜାର୍ତୀୟ ଖବର ଏବଂ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଥିବା ବେଳେ ଦେବାଶିଷ ପଣ୍ଡା, ବିଶ୍ୱଜିତ ପରିଡା, ପ୍ରଶାନ୍ତ ସାମଲ, ବିନୋଜ କୁମାର ଚିନାର ସମତେ ବିଦ୍ୟାଳୟର କର୍ମଚାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ। 

Related Posts

About The Author

Add Comment