ମହାନଦୀ ଜଳ ବିବାଦ: ଆଜି ବସିବ କମିଟିର ପ୍ରଥମ ବୈଠକ

Spread the love

ଭୁବନେଶ୍ୱର ୨୨/୧୨/୨୫(ସନ୍ଧାନ ନ୍ୟୁଜ) : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନରେ ପ୍ରଥମ ବୈଠକ ବସିବ । କମିଟିର ସମସ୍ତ ସଦସ୍ୟ ଏଥିରେ ଉପସ୍ଥିତ ରହିବେ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଲୋଚନା କରାଯିବ । ନ୍ୟାୟିକ ପ୍ରକ୍ରିୟା ନୁହେଁ ବରଂ ଆଲୋଚନା ମାଧ୍ୟମରେ ନିଷ୍କର୍ଷ ବାହାରିବ ବୋଲି ଓଡ଼ିଶା ସରକାର ଆଶା ରଖିଛନ୍ତି ।  ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ୮ ଜଣିଆ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଯେଉଁଥିରେ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ବିଧାୟକ ଏବଂ ବିଧାୟିକା ସଦସ୍ୟ ରହିଛନ୍ତି । କମିଟିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ସଦସ୍ୟ ଅଛନ୍ତି । ନ୍ୟାୟିକ ପ୍ରକ୍ରିୟା ବଦଳରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

Related Posts

About The Author

Add Comment