ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା : ଭୟଭୀତ ଅବସ୍ଥାରେ ଗ୍ରାମବାସୀ

Spread the love

ସୋର  ୧୯/୧୨/୨୫ (ସନ୍ଧାନ ନ୍ୟୁଜ )  : ଦିନକୁ ଦିନ ବଢି ଚାଲିଛି ହାତୀଙ୍କ ଦୌରାମ୍ୟ। କେତେବେଳେ ଗାଁରେ ପଶି ଚାଷ ଜମି ନଷ୍ଟ କରୁଛନ୍ତି ତ କେତେବେଳେ ନିରୀହ ଲୋକଙ୍କୁ ନିଜର ଶିକାର କରୁଛନ୍ତି। ତେବେ ସେହିଭଳି ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ବାଉଁଶଗଢିଆ ପଞ୍ଚାୟତ କଳମୁଚୁଆ ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶି ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ମୃତକ ହେଲେ ପୂର୍ବପଡା ଗାଁର ସୁରେନ୍ଦ୍ର ଦାସ। ଅନ୍ୟ ୨ ଜଣ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।  ସୂଚନା ଅନୁସାରେ, ଆଜି ପ୍ରାୟ ଭୋର ସମୟରେ କଳମୁଚୁଆ ଗାଁର ୩ ଜଣ ଲୋକ ସାଙ୍ଗ ହୋଇ ବୁଲିବାକୁ ଯାଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ୩ଜଣଙ୍କୁ ଆକ୍ରମଣ କରିଥିଲା। ଯାହାଫଳରେ ସମସ୍ତେ ଗୁରୁତର ଭାବେ ଆହତ ହୋଇଥିଲେ। ତେଣୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ହେଲେ ପୂର୍ବପଡା ଗାଁର ସୁରେନ୍ଦ୍ର ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବନ ବିଭାଗର ଅବହେଳତା ଯୋଗୁ ବାରମ୍ବାର ଏହିପରି ଘଟଣା ଘଟୁଥିବା ନେଇ ଅଭିଯୋଗ ଆଣିଲେ ଗାଁଲୋକେ।  ତେବେ ବିଗତ ୨ଦିନ ଧରି ହାତୀଟି ବିଭିନ୍ନ ଗାଁରେ ପଶି ହାତୀ ବିଭିନ୍ନ ଗଛ ଭାଙ୍ଗି ଉପଦ୍ରବ କରୁଛି। ଏପରିକି ଖଇରା ବ୍ଲକର ନଟାପଡା, ବଟେଶ୍ୱର, ମହତିପୁର, ଶୁଣ୍ଡିରା ଗଣ୍ଡିବେଡ଼ ଆଦି ଗାଁରେ ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ହେଲେ କୁପାରି ବନବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଲୋକେ ଅଭିଯୋଗ ଆଣିଛନ୍ତି। ବନ ବିଭାଗର ଅବହେଳା ପାଇଁ ଅକାଳରେ ଗୋଟିଏ ନିରୀହ ଜୀବନ ଚାଲିଗଲା। ତେଣୁ ଗ୍ରାମବାସୀଙ୍କ ମଧ୍ୟ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି।

Related Posts

About The Author

Add Comment