ଯାଜପୁର ସଦର ୧୬/୧୨/୨୫ (ସନ୍ଧାନ ନ୍ୟୁଜ ),: ଯାଜପୁର ଜିଲ୍ଲା ଧର୍ମିୟ ଅନୁଷ୍ଟାନ ବହୁ ପରିଚିତ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠରେ ଆୟୋଜନ ହେବାକୁ ଯାଉଚି ଓଳାଶୁଣି ମେଳା । ଆସନ୍ତା ଜାନୁଆରୀ ମାସ ୧୪ ତାରିଖ ମକର ସଂକ୍ରାନ୍ତି ଠାରୁ ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ସନ୍ଥ ଅରକ୍ଷିତ ଦାସ ଫାଉଣ୍ଡେସନ ପକ୍ଷରୁ ମା ଓଳାଶୁଣି ଗୁମ୍ଫା ପରିଶରରେ ଏନେଇ ଏକ ପ୍ରସ୍ତୁିତ ବୈଠକ ଆୟୋଜନ କରାଯାଇଥିଲା । ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷଙ୍କ ତତ୍ୱାବଧାନରେ ଅନୁଷ୍ଟିତ କରାଯାଇଥିବା ବେଳେ, ମାଙ୍କୁ ସ୍ୱତନ୍ତ୍ର ପୂଜାଅର୍ଚ୍ଚନା କରାଯାଇ ମାଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ମାଙ୍କର ପୂଜାନ ହୃଷିକେଶ ପଣ୍ଡା ମାଙ୍କୁ ନିମନ୍ତ୍ରଣ ପତ୍ର ଅର୍ପଣ କରିଥିଲେ । ବରିଷ୍ଠ ସାମ୍ବାଦିକ ବରିଷ୍ଟ ସାହିତ୍ୟିକ ସୁଭେନ୍ଦୁ କୁମାର ଭୁୟାଁ ଚଳିତ ବର୍ଷ ମେଳା ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ଅତିଥି ମାନଙ୍କୁ ନିମନ୍ତ୍ରଣ ସାଧୁ ସନ୍ଥ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାପାଇଁ ଆଲୋଚନା କରାଯାଇଥିଲା । ଚଣ୍ଡିଖୋଲ ପାରଦିପ ଜାତୀୟ ରାଜପଥ ୮ ଲାଇନ ବିଶିଷ୍ଟ ସମ୍ପ୍ରସାରିତ ହେଉଥିବା ବେଳେ ରାଜପଥ କଡ଼ରେ ଥିବା ମା ଓଳାଶୁଣୀ ପୀଠକୁ ଆସିବାପାଇଁ କୌଣସି ସୁବିଧା ଯାତାୟତ ମାର୍ଗ ରଖାଯାଇନଥିବାରୁ ଏହି ପ୍ରସ୍ଥୁତି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏ ସର୍ମ୍ପକରେ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ସହିତ ଆଲୋଚନା କରାଯିବାକୁ ଏହି ବୈଠକରେ ମତ ପ୍ରକାଶ କରାଯାଇଥିଲା । ଯୋଗଦେଇଥିବା ପ୍ରସ୍ତୁତି ବୈଠକରେ ଉପଦେଷ୍ଠା ଏବଂ ଡେରାବିସ ବ୍ଲକର ପୂର୍ବତନ ଉପାଦକ୍ଷ ବଟକୃଷ୍ଣ ସାମଲ, ଉପାଦକ୍ଷ ଦାମୋଦର ସ୍ୱାଇଁ, ପ୍ରଫେସର ରବିନ୍ଦ୍ରନାଥ ସାମଲ, ଉଦୟଗିରୀ ବୁଦ୍ଧମହୋତ୍ସବର ସମିତିର ଯୁଗ୍ମ ଆବାହକ ଶୈଳେନ୍ଦ୍ର ନାରାୟଣ ରାୟ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିପିନ ବିହାରୀ ଜେନା, ପୂର୍ବତନ ସରପଂଚ ଫନିନ୍ଦ୍ର ନାଥ ପଣ୍ଡା, ଟ୍ରଷ୍ଟି ସଭ୍ୟ ଶ୍ରୀକାନ୍ତ କୁମାର ସାମଲ, ପ୍ରାଧ୍ୟାପକ ଡ. ଜିତିନ୍ଦ୍ର କୁମାର ରାଉତ, ପଣ୍ଡିତ ଜ୍ଞାନେନ୍ଦ୍ର ତ୍ରୀପାଠୀ, ଶିକ୍ଷାବିତ ରାଜେନ୍ଦ୍ର ପ୍ରସାଦ ସାମଲ, ଯୁଗ୍ମ ଶିଳ୍ପଦ୍ୱୋଗି ମନୋରଞ୍ଜନ ମହାନ୍ତି, ଶିକ୍ଷାବିତ ରମେଶ ଚନ୍ଦ୍ର ସ୍ୱାଇଁ ଏହି ପ୍ରସ୍ଥୁତି ବୈଠକରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରମୁଖ ଆଧ୍ୟାତ୍ମକ ପ୍ରର୍ଯ୍ୟଟନ କ୍ଷେତ୍ରର ବହୁବିଧ ବିକାଶ ତଥା ସନ୍ଥ ସାଧକ ଅରକ୍ଷିତ ଦାସଙ୍କ ଦର୍ଶନ ନିମନ୍ତେ ଏହା ପ୍ରସାର କରାଯିବାପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଟ୍ରଷ୍ଟ ପକ୍ଷରୁ ସଦସ୍ୟ ମାନେ ଆଲୋଚନା କରିଥିଲେ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଧାୟକ ଅମର କୁମାର ନାୟକଙ୍କୁ ମହୋତ୍ସବ ଅଧ୍ୟକ୍ଷ ଭାବେ ସର୍ବସମ୍ମତୀ କ୍ରମେ ଗ୍ରହଣ କରାଯାଇଥିବାକୁ ନେଇ ଏହା ମତ ପ୍ରକାଶ ପାଇଥିଲା । ମହୋତ୍ସବ ପାଳନ ସମୟରେ ଅନଧିକୃତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସସ୍ଥା ସର୍ମ୍ପକରେ ଏହି ବୈଠକରେ ଉପସ୍ତିତ ସଦସ୍ୟମାନେ ସମୟ ନିର୍ଘଣ୍ଟ ଅନୁଯାୟୀ ଏହା ପରିଚାଳନା କରିବାକୁ ମତବ୍ୟକ୍ତ କରିଥିଲେ । ଗୋବର୍ଦ୍ଧନ ମହାପାତ୍ର, ବିଭୁତି ଭୁଷଣ ରାଉତ, ଜ୍ଞାନରଂଜନ ପ୍ରଧାନ, ପ୍ରିତମ ଜେନା, ମଦନ ସାନ୍ତି ଏହି ଆଲୋଚନାରେ ଅଂଶ କରିଥିଲେ । ଶେଷରେ ସ୍ନେହାଶିଷ ସାମଲ ଧନ୍ୟବାଦ ଦେଇଥିଲେ
ଓଳାଶୁଣୀ ଗୁମ୍ଫା ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ
|
December 17, 2025 |



