ଶିଶୁ ପ୍ରତିଭା ଦିବ୍ୟାନୀ ସମ୍ମାନିତ

ଭୁବନେଶ୍ୱର (ସନ୍ଧାନ ନିଉଜ) ଗତ କାଲି ସନ୍ଧ୍ୟା ରେ ପିକକ ଶିଶୁ ମେଳା ସମିତି ର 36 ତମ ବାର୍ଷିକ ଉତ୍ସବ ରେ ରାଜ୍ୟ ସ୍ତରୀୟ ସମ୍ମାନ ଜନକ ସମାଜ ସେବୀ, ଶିକ୍ଷାବିତ ଓ ମହିଳା ଅଧିକାର କର୍ମୀ ଆଦରମଣି ବରାଳ ସ୍ମୃତି ସମ୍ମାନ – 2025, (ଯାହାକି ଅଠର ବର୍ଷ ରୁ କମ ଜଣେ ଝିଅ କୁ ଦିଆ ଯାଏ,) ଗତ କାଲି ସନ୍ଧ୍ୟା ରେ ଭୁବନେଶ୍ୱର ର ଏକାମ୍ର ହାଟ ସମ୍ମିଳନୀ କକ୍ଷ ରେ ଦିବ୍ୟାନୀ କୁ ପ୍ରଦାନ କରାଯାଇଛି । ଏହି ବର୍ଣାଡ୍ୟ ଉତ୍ସବ ରେ ଝାଡଖଣ୍ଡ ହାଇ କୋର୍ଟ ପୂର୍ବତନ ମୁଖ୍ୟ ବିଚାର ପତି ଶ୍ରୀଯୁକ୍ତ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି, ରାଜ୍ୟ ଲେବର କମିଶନର ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ରାଜ୍ୟ ପ୍ରଶାସନିକ ସେବା ର କମିଶନର ଡକ୍ଟର ଉଷା ପାଢ଼ୀ, ପୂର୍ବତନ ସାଂସଦ ସୌମ୍ୟ ରଞ୍ଜନ ପଟନାୟକ, ଧାବିକା ଅନୁରାଧା ବିଶ୍ୱାଳ, ରାଜ୍ୟ ଶିଶୁ ଅଧିକାର ଆୟୋଗ ର ଅଧ୍ୟକ୍ଷ ଶ୍ରୀମତୀ ବବିତା ପାତ୍ର ପିକକ ସଂଗଠନ ର ସଭାନେତ୍ରୀ ଅବସର ପ୍ରାପ୍ତ ଅଧ୍ୟକ୍ଷ ମିନତୀ ପଣ୍ଡା, ପିକକ ସଂସ୍ଥା ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ ମହାନ୍ତି ପିକକ ସଂସ୍ଥା ର ପରିଚାଳନା ନିର୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ଓ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଦିବ୍ୟାନୀ କୁ ମାନପତ୍ର, ରୋପ୍ୟ ର ଫଳକ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅତିଥି ମାନେ ଦିବ୍ୟାନୀ ର ବହୁମୁଖୀ ପ୍ରତିଭା ପାଇଁ ରାଜ୍ୟ ସ୍ତର ରେ ଏକ ମାତ୍ର ଝିଅ ଆଦର ମଣି ବରାଳ ସ୍ମୃତି ସମ୍ମାନ ପାଇଁ ଜୁରୀ କମିଟି ଦ୍ୱାରା ଚୟନ ହୋଇ ଥିବା ରୁ ଭୁୟସୀ ପ୍ରଶଂସା କରିଥିଲେ ।
Related Posts
About The Author