ଜେନାପୁର/,୨୩/୯ :(ସନ୍ଧାନ ନ୍ୟୁଜ )ପାରିବାରିକ କଳହରୁ ବାପର କଟୁରି ଚୋଟରେ ପୁଅର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଏଣ୍ଡଳବା ପଞ୍ଚାୟତ ବିଛାଖଣ୍ଡି (ଶବର ସାହି) ଗ୍ରାମରେ। ଗ୍ରାମର କଣ୍ଠିଆ ନାଏକ ଏବଂ ତାଙ୍କ ପୁଅ ସମ୍ଭୁ ନାଏକ ମଧ୍ୟରେ ପାରିବାରିକ ସମସ୍ୟା କୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ପ୍ରତିହିଂସା ପରାୟଣ ହୋଇ କଣ୍ଠିଆ ଏକ କଟୁରି ରେ ତାଙ୍କ ପୁଅ ସମ୍ଭୁର ବେକ କୁ ଆକ୍ରମଣ କରିଥିଲା। ଫଳରେ ସମ୍ଭୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ ଦେହକୁ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ମେଡ଼ିକାଲକୁ ପଠାଇ ଥିଲେ।ଅଧିକ ତଦନ୍ତ ଜାରି ରଖିଛି,
ନୃଶଂସ ସାଜିଲା ବାପା ପାରିବାରିକ କଳହରୁ ବାପାର କଟୁରି ଚୋଟ ରେ ପୁଅ ମୃତ।
|
September 23, 2025 |



